fbpx

ଅଡ଼ୁଆରେ Paytm Payments ବ୍ୟାଙ୍କ୍, ମନି ଲଣ୍ଡରିଂ ମାମଲାରେ EDର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ: ଦିନକୁ ଦିନ Paytm Payments ବ୍ୟାଙ୍କର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର Paytm Payments ବ୍ୟାଙ୍କ ବିରୋଧରେ ED ପକ୍ଷରୁ ମନି ଲଣ୍ଡରିଂ ମାମଲାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । କହିରଖୁଛୁ ବୈଦେଶିକ ମୁଦ୍ରା ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କମ୍ପାନୀ ED ଯାଞ୍ଚର ସମ୍ମୁଖୀନ ହୋଇଛି । ଅପରପକ୍ଷରେ Paytm ଏହି ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି ଦାବି କରିଛି ।

ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ Paytm Payments ବ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଜାନୁଆରୀ ୩୧ରେ ଆରବିଆଇ ଏହି ବ୍ୟାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲା । ଚଳିତ ବର୍ଷ ଫେବୃଆରୀ ୨୯ ପରେ ଗ୍ରାହକ ଖାତାରେ, ପ୍ରିପେଡ୍ ପ୍ରଡକ୍ଟ, ୱାଲେଟ୍ ଏବଂ ଫାସ୍ଟ୍ୟାଗରେ କୌଣସି ପ୍ରକାର ଟପ୍ଅପ୍ କିମ୍ବା ଡିପୋଜିଟ୍ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥଇଲା । ସୋମବାର ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ Paytm Payments ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୀକ୍ଷାକୁ ପ୍ରତ୍ୟାଖାନ କରିଥିଲେ । ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟର ବିସ୍ତୃତ ମୂଲ୍ୟାଙ୍କନ ପରେ ଏଭଳି ନଷ୍ପତ୍ତି ନିଆଯାଇଛି ବୋଲି କହିଥିଲେ ଶକ୍ତିକାନ୍ତ ଦାସ ।

Get real time updates directly on you device, subscribe now.