fbpx
BSKY SKY
BSKY SKY

ଅରବିନ୍ଦ କେଜରିୱାଲଙ୍କୁ ଇଡିର ସମନ, ଫେବୃଆରୀ ୨ରେ ହେବେ ହାଜର

BSKY

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ସମ୍ପର୍କିତ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି । କେଜରିୱାଲଙ୍କ ୫ମ ଥର ପାଇଁ ଏହି ସମନ ଜାରି କରିଛି ଇଡି । ଏହା ପୂର୍ବରୁ ଇଡି ପକ୍ଷରୁ ୪ ଥର ସମନ ଜାରି କରାଯାଇଥିଲା କିନ୍ତୁ କେଜରିୱାଲ ତଦନ୍ତକାରୀ ଏଜେନ୍ସୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇନଥିଲେ । ତେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସେରେନଙ୍କ ପରି କେଜରିୱାଲ ମଧ୍ୟ ଇଡି ସମନକୁ ଏଡ଼ାଉଛନ୍ତି । ଏହାର ପରିଣାମ କ’ଣ ହେବ ଦେଖିବାକୁ ବାକି ରହିଲା । ତେବେ କେଜରିୱାଲ ଇଡି ଅଫିସରେ ହାଜର ହେବେ ନା ନାହିଁ ତାହା କେବଳ ସମୟ ହିଁ କହିବ ।

କହିରଖୁଛୁ କେଜରିୱାଲଙ୍କୁ ୨୦୨୩ ନଭେମ୍ବର ୨ରେ ପ୍ରଥମ ଥର, ଡିସେମ୍ବର ୨୨ରେ ଦ୍ୱିତୀୟ ଥର, ୨୦୨୪ ଜାନୁଆରୀ ୩ରେ ତୃତୀୟ ଥର ଏବଂ ଜାନୁଆରୀ ୧୮ରେ ଚତୁର୍ଥ ଥର ପାଇଁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । ତେବେ କେଜରିୱାଲ ପଚରାଉଚରା ପାଇଁ ଇଡି ଦ୍ୱାରା ପଠାଯାଇଥିବା ସମନକୁ ପ୍ରତ୍ୟାଖାନ କରି ବେଆଇନ୍ ବୋଲି କହିଥିଲେ । ମୁଁ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଏଜେନ୍ସି ମୋତେ ଗିରଫ କରିବା ଏବଂ ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବାରୁ ନିବୃତ୍ତ ରଖିବା ପାଇଁ ପ୍ରସ୍ତୁତ ଥିବା ଦେଖାଯାଉଛି । ତେବେ କେଜରିୱାଲଙ୍କ ଉପରେ ଅବକାରୀ ନୀତି ମାମଲା ଅଭିଯୋଗକୁ ନେଇ ବର୍ତ୍ତମାନ ସୁଦ୍ଧା ମୋଟ୍ ୬ଟି ଚାର୍ଜସିଟ୍ ଦାଖଲ କରାଯାଇଛି । ଏଥିମଧ୍ୟରୁ ଶେଷ ଚାର୍ଜସିଟ ଡିସେମ୍ବର ୨, ୨୦୨୩ରେ କୋର୍ଟରେ ଜମା କରାଯାଇଥିଲା ।

Get real time updates directly on you device, subscribe now.