fbpx

ମନି ଲଣ୍ଡରିଂ ମାମଲାରେ ୟୁଟ୍ୟୁବର ଏଲଭିସ ଯାଦବଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲା କେସରେ ୟୁଟ୍ୟୁବର ଏଲଭିସ ଯାଦବଙ୍କ ସମସ୍ୟା ବଢିବାରେ ଲାଗିଛି । ପ୍ରବର୍ତନ ନିର୍ଦ୍ଦେଶାଳୟଙ୍କ ସମନ ପରେ ୟୁଟ୍ୟୁବର ଏଲଭିସ ଯାଦବ ମଙ୍ଗଳବାର ଦିନ .. ସ୍ଥିତ ଯାଞ୍ଚ ଏଜେନ୍ସିଙ୍କ କାର୍ଯ୍ୟାଳୟ ପହଞ୍ଚିଛନ୍ତି । ଏଠାରେ ଇଡିର ଟୀମ ଏଲଭିସଙ୍କୁ ଜେରା କରିବେ ।

କୁହାଯାଉଛି ଯେ, ଇଡି ୟୁଟ୍ୟୁବ ଇଣ୍ଡିଆରୁ ମିଳିଥିବା ମନି ଡକ୍ୟୁମେଣ୍ଟ ସମେତ ଅନେକ ଟ୍ରାଞ୍ଜାକ୍ସନ ବିଷୟରେ ଏଲଭିସ ଯାଦବଙ୍କୁ ପଚରାଉଚରା କରିବେ । ଇଡି ଏଲଭିସଙ୍କୁ ୨୩ ଜୁଲାଇରେ ଯାଞ୍ଚ ଏଜେନ୍ସିଙ୍କ ସାମ୍ନାରେ ହାଜର ହେବାକୁ କହିଥିଲା । ୟୁଟ୍ୟୁବର ଏଲଭିସ ଯାଦବ ଏବଂ ତାଙ୍କ ସାଙ୍ଗଙ୍କ ବିରୋଧରେ ପୋଲିସ କୋର୍ଟରେ ୧୨ ଶହ ପେଜର ଚାର୍ଜସିଟ ଦାଖଲ କରିସାରିଛି । ଏଥିରେ ସେ ପଚରାଯାଉଥିବା ବିବୃତ୍ତି ସହ ଅନ୍ୟ ପ୍ରମାଣକୁ ମଧ୍ୟ ଦାଖଲ କରାଯାଇଛି, ଏହାକୁ ପୋଲିସ ଏକତ୍ରୀତ କରିଥିଲା । ଅଭିଯୁକ୍ତଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅନେକ ପ୍ରତିବାଦ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.