ନୂଆଦିଲ୍ଲୀ: ଏକ୍ସାଇଜ୍ ପଲିସି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜାରି ହୋଇଥିବା ତୃତୀୟ ସମନ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଜର ହୋଇଥିଲେ। ଏହା ପରେ ଆମ୍ ଆଦମୀ ଦଳର ନେତାମାନେ ଗୋଟିଏ ପରେ ଗୋଟିଏ ଟ୍ୱିଟ କରି ଆକ୍ରମଣ ଓ ଗିରଫଦାରୀ ସମ୍ପର୍କରେ କଳ୍ପନାଜଳ୍ପନା କରି କିଛି ପୋଷ୍ଟ କରିଛନ୍ତି।
ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଏଏପି ନେତା ଆତିଶି ଏକ ପୋଷ୍ଟରେ ଲେଖିଛନ୍ତି, ‘ଖବର ଆସୁଛି ଯେ ଇଡି ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଉପରେ ଚଢ଼ାଉ କରିବାକୁ ଯାଉଛି। ଏଥିରେ ତାଙ୍କର ଗିରଫ ହେବାର ମଧ୍ୟ ସମ୍ଭାବନା ରହିଛି।
ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏହା ମଧ୍ୟ ଲେଖିଛନ୍ତି ଯେ, ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରାଯିବ। ଏଥି ସହ ରାଜ୍ୟସଭା ସାଂସଦ ତଥା ଏଏପି ନେତା ସନ୍ଦୀପ ପଠକ ମଧ୍ୟ ପୋଷ୍ଟ କରି ଲେଖିଛନ୍ତି ଯେ, ଆସନ୍ତାକାଲି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଘେରିବ।