ଅନଲାଇନ୍ ବେଟିଂ ଆପ୍ ଉପରେ EDର ବଡ଼ କାର୍ଯ୍ୟାନୁଷ୍ଠାନ: ଏହି ୪ ପ୍ରସିଦ୍ଧ ଫିଲ୍ମ ଷ୍ଟାରଙ୍କୁୁ ସମନ

ନୂଆଦିଲ୍ଲୀ,୨୧ା୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ୪ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତା ରାଣା ଦଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ସମନ ଜାରି କରିଛି। ଏମାନେ ଅବୈଧ ଅନଲାଇନ୍ ବେଟିଂ ଏବଂ ଜୁଆ ସହିତ ଜଡିତ ଆପ୍ ପ୍ରମୋଟ କରିଥିବା ଅଭିଯୋଗ ହୋଇଛି। ଇଡି ରାଣା ଦଗ୍ଗୁବତୀଙ୍କୁ ଜୁଲାଇ ୨୩ରେ, ପ୍ରକାଶ ରାଜଙ୍କୁ ଜୁଲାଇ ୩୦ରେ, ବିଜୟ ଦେବରକୋଣ୍ଡାଙ୍କୁ ଅଗଷ୍ଟ ୬ରେ ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କୁ ଅଗଷ୍ଟ ୧୩ରେ ସମନ ହାଇଦ୍ରାବାଦ ଜୋନାଲ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଅଧିକାରୀମାନେ ପିଟିଆଇକୁ କହିଛନ୍ତି ଯେ, ମନି ଲଣ୍ଡରିଂ ନିବାରଣ ଆଇନ (PMLA)ର ବ୍ୟବସ୍ଥା ଅନୁଯାୟୀ ଏଜେନ୍ସି ସମ୍ମୁଖରେ ହାଜର ହେବା ସମୟରେ ଚାରି ଜଣଙ୍କ ବୟାନ ରେକର୍ଡ କରାଯିବ।

ଇଡି ଅଭିଯୋଗ କରିଛି ଯେ, ଏହି ଷ୍ଟାରମାନଙ୍କ ଦ୍ୱାରା ପ୍ରମୋଟ ହୋଇଥିବା ଆପ୍ ଅନଲାଇନ୍ ବେଟିଂ ଏବଂ ଜୁଆ ମାଧ୍ୟମରେ କୋଟି କୋଟି ଟଙ୍କାର ବେଆଇନ ଟଙ୍କା ରୋଜଗାର କରୁଥିଲେ। କିଛି ଅଭିନେତା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ସେମାନେ ଆପ୍ସର ପ୍ରକୃତ କାର୍ଯ୍ୟକାରିତା ବିଷୟରେ ଅବଗତ ନଥିଲେ ଏବଂ କୌଣସି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ହେବାକୁ ସେମାନଙ୍କର ଉଦ୍ଦେଶ୍ୟ ନଥିଲା। ତଦନ୍ତର ଅଂଶବିଶେଷ ଏହି ପ୍ଲାଟଫର୍ମଗୁଡ଼ିକ ବେଆଇନ ବାଜି ଏବଂ ଜୁଆ ମାଧ୍ୟମରେ କୋଟି କୋଟି ଟଙ୍କା ମୂଲ୍ୟର ‘ଅବୈଧ’ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି।