fbpx

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ପ୍ରାର୍ଥୀଙ୍କୁ ମିଳିବ ୧ କୋଟି ଦରମା, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା!

Advertisement

ନୂଆଦିଲ୍ଲୀ: ଆପଣମାନେ ଯଦି ଏକ ଭଲ ଚାକିରି ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ପ୍ରାର୍ଥୀଙ୍କୁ ବାର୍ଷିକ ପାଖାପାଖି ୧.୧୫ କୋଟି ଟଙ୍କା ବେତନ ମିଳିବ । ଏଥିସହିତ ଏହି ଚାକିରିରେ ୩୦ ଦିନର ବାର୍ଷିକ ଛୁଟି, ପାରିବାରିକ ଭତ୍ତା, ସ୍ୱାସ୍ଥ୍ୟ ବୀମା ଓ ପେନସନ ଯୋଜନା ପରି ଅନେକ ବେନିଫିଟ୍ ମିଳିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ମୁତାବକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ପାଇଁ ଏହି ଚାକିରି ସୁଯୋଗ ଆସିଛି । ନ୍ୟାଚୁରାଲ ସେକ୍ଟରର ସାଇନ୍ସ ୱାର୍ଲ୍ଡ ଏକାଡେମୀ (ଥସ)ରେ ଏହି ନିଯୁକ୍ତି ଦିଆଯିବ । ମିଳିତ ଜାତିସଂଘ ଶିକ୍ଷାଗତ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ପକ୍ଷରୁ ଏହି ସୁଯୋଗ ଆସିଥିବା ବେଳେ ଇଟାଲିର ଟ୍ରାଇଷ୍ଟେ ସହରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ତେବେ ଏହା ଚୁକ୍ତିଭିତ୍ତିକ ନିଯୁକ୍ତି ହୋଇଥିବା ବେଳେ ଏହାର ଅବଧି ୨ ବର୍ଷ ରହିଛି ।

ଆସନ୍ତା ବର୍ଷ ଜାନୁଆରୀ ମାସ ୩ ତାରିଖ ପୂର୍ବରୁ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ନ୍ୟାଚୁରାଲ ସାଇନ୍ସରେ ପିଏଚଡି କରିଥିବା ଆବଶ୍ୟକ । ଏଥିସହିତ ଇଣ୍ଟରନ୍ୟାସନାଲ ସ୍ତରରେ ସାଇଣ୍ଟିଫିକ ରିସର୍ଚ୍ଚ ଓ ଆଡିମିନିଷ୍ଟ୍ରେସନ କ୍ଷେତ୍ରରେ ଅତିକମରେ ୧୫ ବର୍ଷର ପ୍ରୋଫେସନାଲ କାର୍ଯ୍ୟ ଅଭିଜ୍ଞତା ରହିଥିବ । ପ୍ରାର୍ଥୀଙ୍କର ମାନବ ସଂଶାଧନ, ଆର୍ଥିକ ପରିଚାଳନା, ବୈଜ୍ଞାନିକ ପରିବେଶରେ ନେତୃତ୍ୱ, ସରକାରୀ ବା ଘରୋଇ କ୍ଷେତ୍ର, ଇଣ୍ଟରନ୍ୟାସନାଲ ଫଣ୍ଡିଂ ଓ ଟେକ୍ନିକାଲ ଆସିଷ୍ଟାନ୍ସ ସଂସ୍ଥା ଓ ଏଜେନ୍ସିମାନଙ୍କରେ କାର୍ଯ୍ୟ ଅଭିଜ୍ଞିତା ରହିଥିବା ଜରୁରୀ । ଆଶାୟୀ ପ୍ରାର୍ଥୀଙ୍କର ଇଂରାଜୀ ଭାଷାରେ କହିବା ଓ ଲେଖିବା ଜ୍ଞାନ ରହିଥିବା ଆବଶ୍ୟକ ।

Get real time updates directly on you device, subscribe now.