fbpx

ଖ୍ରୀଷ୍ଟମାସ ପର୍ବର ଗୋଟିଏ ଦିନ ପୂର୍ବରୁ ଭାରତରେ ୬୫୬ କୋଭିଡର ନୂଆ ମାମଲା, ସଂକ୍ରମିତଙ୍କ ମଧ୍ୟରୁ ଜଣେ ମୃତ

ନୂଆଦିଲ୍ଲୀ: ଭାରତ ରବିବାର ଦିନ ଅର୍ଥାତ ଖ୍ରୀଷ୍ଟମାସ ପର୍ବର ଗୋଟିଏ ଦିନ ପୂର୍ବରୁ ୬୫୬ଟି ନୂଆ କୋରନା ଭାଇରସ ଆକ୍ରାନ୍ତଙ୍କ ରିପୋର୍ଟ ଜାରି କରିଛି । ନୂଆ ଜେଏନ.୧ କୋଭିଡ ଭାରିଆଣ୍ଟ ମାମଲା ଶନିବାର ଦିନର ଆକ୍ରାନ୍ତଙ୍କ ସଂଖ୍ୟାକୁ ତୁଳନା କରାଗଲେ, ଏହା ୭୫୨ଟି ମାମଲା କମ ରହିଛି ବୋଲି କୁହାଯାଉଛି । ବର୍ତ୍ତମାନ ଦେଶରେ ୩ ହଜାର ୭ ଶହ ୪୨ ଜଣ ସକ୍ରିୟ ରୋଗୀ ଅଛନ୍ତି । ସର୍ବାଧିକ ମାମଲା କେରଳର ରହିଛି ବୋଲି ରିପୋର୍ଟରେ କୁହାଯାଇଛି । କୋଭିଡର ଏହି ନୂଆ ମାମଲା ବଡ଼ଦିନ ପୂର୍ବରୁ ଉପରମୁହାଁ ହୋଇଛି ।

କୋଭିଡର ନୂତନ ଭାଇରସରେ ଆକ୍ରାନ୍ତ ନୂଆଦିଲ୍ଲୀ, ଗୋଆ, ଗୁଜୁରାଟ, କର୍ଣ୍ଣାଟକ, କେରଳ ମହାରାଷ୍ଟ୍ର, ପୁଡ଼ୁଚେରୀ, ପଞ୍ଜାବ, ତାମିଲନାଡ଼ୁ ଏବଂ ତେଲେଙ୍ଗାନା ରାଜ୍ୟରୁ ମିଳିଛି । କେରଳରେ ଅଧିକ ସଂଖ୍ୟକ ରୋଗୀ ନୂତନ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ୨,୦୦୦ ମାର୍କ କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ସଂକ୍ରମଣକୁ ଦେଖି ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟକୁ କୋଭିଡ-୧୯ର ନୂତନ ମାମଲାର ରିପୋର୍ଟ ମାଗୁଛନ୍ତି ।

WHO jn.1କୁ ଓମିକ୍ରନ ଫ୍ୟାମିଲି ଭାବେ କହିଛନ୍ତି । WHO କହିଛି ଯେ, ଏହି ଭାଇରସ ଖୁବ ଜୋରରେ ପଶରା ମେଲାଉଛି ଏବଂ ଏହା ଚିନ୍ତାଜନକ ଅଟେ । ଅଧିକାରୀ କହିଛନ୍ତି ଯେ, ଭାରତରେ .. ଭାରିଆଣ୍ଟ କାରଣରୁ ,ମାମଲାର କୋଣସି କ୍ଲଷ୍ଟରିଙ୍ଗ ଦେଖାଯାଉନି । ଯେଉଁ ମାମଲା ମିଳିଛି ତାହା ସୁକ୍ଷ୍ମ ଅଟେ ଏବଂ ରୋଗୀ ବିନା କୌଣସି ସମସ୍ୟାରେ ମଧ୍ୟ ଠିକ ହୋଇପାରିବ ।

Get real time updates directly on you device, subscribe now.