fbpx

କୋଭିଡ ନିୟମ ଉଲ୍ଳଂଘନ ପଡିଲା ମହଙ୍ଗା: ସିଲ ହେଲା ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୨୦/୦୪: ଭୁବନେଶ୍ୱର ମହାନଗର ନିଗମ ଆଜି ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସିଲ କରିଛି । ଏହି ସବୁ ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା ନିୟମ ଉଲ୍ଲଂଘନ ହୋଇଥିବାରୁ ଏହାକୁ ବନ୍ଦ କରିଛି ବିଏମସି ।

ସୂଚନା ଅନୁଯାୟୀ ୟୁନିଟ ୩ ସ୍ଥିତ ଭାରତୀୟ ବିଦ୍ୟା ଭବନକୁ ମଧ୍ୟ ସିଲ କରାଯାଇଛି । ବିଦ୍ୟା ଭବନରେ ଅଫଲାଇନରେ ପରୀକ୍ଷା କରାଯାଉଥିବାରୁ ଏହାକୁ ସିଲ କରାଯାଇଛି ଏହା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ବିଏମସି ।

ସେହିଭଳି ନୟାପଲ୍ଲୀର ଦୁଇ କୋଚିଙ୍ଗ ସେଣ୍ଟର ଅଦ୍ୱିତୀୟ ଏକାଡେମୀ ଏବଂ କଳିଙ୍ଗ ଏକାଡେମୀ କୋଭିଡ ନିୟମର ଉଲ୍ଲଂଘନ କରିଥିଲେ । ଫଳରେ ଏହି ଦୁଇଟି କୋଚିଙ୍ଗ ସେଣ୍ଟରକୁ ସିଲ୍ କରାଯାଇଥିଲା ।

 

Get real time updates directly on you device, subscribe now.