fbpx

ମମିତା ହତ୍ୟା ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ଼

ଭବାନୀପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ପ୍ରତିଦିନ ଆସୁଛି ନୂଆ ମୋଡ । ଘଟଣାରେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କ ହତ୍ୟା କରିଥିବା ସ୍ୱୀକାର କରିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ଓ ବିଜେପି । ଏହାରି ମଧ୍ୟରେ ଦିବ୍ୟଶଙ୍କରଙ୍କ ଘର ଉପରକୁ ଅଣ୍ଡାମାଡ଼ ହୋଇଥିବା ଜଣାପଡିଛି । ଭବାନୀପାଟଣା ଘରକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ଗୃହରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦାବି ସହିତ ଗିରଫ କରିବାକୁ ମହିଳା ମୋର୍ଚ୍ଚା ଦାବି କରିଛି । ସେହିଭଳି ଗତକାଲି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଭୁବନେଶ୍ୱର ସ୍ଥିତ ଘରକୁ ଅଣ୍ଡାମାଡ଼ କରିଥିଲା ଛାତ୍ର କଂଗ୍ରେସ ।

ଅନ୍ୟପଟେ ମମିତା ମାମଲରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା । ସେ କହିଛନ୍ତି ଯେ, ‘ରାଜନୈତିକ ପ୍ରୋତ୍ସାହନରେ ହତ୍ୟାକାଣ୍ଡ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ହେଲେ ମମିତାଙ୍କୁ ନ୍ୟାୟ ମିଳିବନି । ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସୁଛି । ମନ୍ତ୍ରୀ ବାରମ୍ବାର ସେହି ସ୍କୁଲକୁ ଯାଇଥିବା ଅଭିଯୋଗ ହୋଇଛି ।’

Get real time updates directly on you device, subscribe now.