fbpx
BSKY SKY
BSKY SKY

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଦେଖନ୍ତୁ ଭିଡ଼ିଓ

BSKY

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । କେବଳ ଅଣ୍ଡାମାଡ଼ ନୁହେଁ, ବରଂ ଗାଡ଼ି ଆଗରେ କଳାପତାକା ପ୍ରଦର୍ଶନ କରିଛନ୍ତି ବିରୋଧୀ । କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ ହୋଇଛି ଅଣ୍ଡାମାଡ଼ । ବିରୋଧୀ ରାଜନୈତିକ କର୍ମୀମାନେ ଏପରି କରିଛନ୍ତି । ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ସମାରୋହକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରାଯାଇଥିବା ଜଣାପଡିଛି ।

ଖବର ମୁତାବକ, ମନ୍ତ୍ରୀଙ୍କ ମାରାଥନ୍ ଭାବେ ଆଳି ରାଜନଗର ନିର୍ବାଚନ ମଣ୍ଡଳୀର ପୃଥକ ପୃଥକ ସ୍ଥାନରେ ଉଦଘାଟନ ଓ ଶିଳାନ୍ୟାସର କାର୍ଯ୍ୟକ୍ରମ ରହିଥିଲା । ଆଜି ସକାଳ ସାଢ଼େ ୧୦ଟା ସମୟରେ ମନ୍ତ୍ରୀ ବାଳକାଟି ଅଞ୍ଚଳ ଦେଇ ଯିବା ସମୟରେ ବିରୋଧୀମାନେ ଅଣ୍ଡାମାଡ଼ କରିଥିଲେ । ଏଥିରେ ମନ୍ତ୍ରୀଙ୍କ କାରକେଡ୍ ଉପରକୁ ଯୁବକଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିବା ସହ ନାରାବାଜି କରିଥିଲେ । ଏହା ପରେ ପୋଲିସ ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଥିଲା ।

Get real time updates directly on you device, subscribe now.