fbpx

ଦୈନିକ ୧୦୦ ଟଙ୍କା ନିବେଶ କରନ୍ତୁ: ହୋଇଯିବେ କୋଟିପତି, ଆପଣାନ୍ତୁ ଏହି ପ୍ରଶେସ୍

ନୂଆଦିଲ୍ଲୀ: ଦୈନିକ ୧୦୦ ଟଙ୍କା ନିବେଶରେ ଆପଣ କୋଟିପତି ହେଇଯିବେ । ଏହା ଶୁଣିବାକୁ ସାମାନ୍ୟ ଅବାସ୍ତବ ଲାଗୁଛି । ତେବେ ଦୈନିକ ୧୦୦ ଟଙ୍କାର ନିବେଶରେ ଆପଣ କୋଟିପତିି ହୋଇ ପାରିବେ । ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ ବା ଏସଆଇପି ଜରିଆରେ ଆପଣ କୋଟିପତି ହୋଇପାରିବେ ଆଉ ତାହା ପୁଣି ଶହେ ଟଙ୍କାର ଛୋଟ ନିବେଶ ଜରିଆରେ । ଦୀର୍ଘସୂତ୍ରୀ ନିବେଶ ପାଇଁ ଏସଆଇପି ସବୁଠାରୁ ବଢିଆ ବିକଳ୍ପ ହୋଇଥିବା ବେଳେ ଏଥିରୁ ୧୦-୧୫ ପ୍ରତିଶତର ରିଟର୍ଣ୍ଣ ମିଳିଥାଏ ।

କେମିତି ହେବେ କୋଟିପତି: ଯଦି ଆପଣ ଦୈନିକ ୧୦୦ ଟଙ୍କା ଲେଖାଏଁ ନିବେଶ କରୁଛନ୍ତି ତାହେଲେ ଆପଣ କୋଟିପତି ହୋଇ ପାରିବେ । ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କଲେ ଆପଣ କୋଟିପତି ହୋଇ ପାରିବେ । ଦୈନିକ ୧୦୦ଟଙ୍କା ହିସାବରେ ୩୦ ବର୍ଷରେ ଆପଣ ୧୦.୯୫ ଲକ୍ଷ ଟଙ୍କା ନିବେଶ କରିବେ । ତେବେ ଅନ୍ୟୁନ ୧୨ ପ୍ରତିଶତର ରିଟର୍ଣ୍ଣ ହିସାବରେ ଆପଣଙ୍କୁ ସମୁଦାୟ ୧.୦୮ କୋଟି ଟଙ୍କାର ରିଟର୍ଣ୍ଣ ମିଳିପାରିବ । ଏସଆଇପି ଜରିଆରେ ଆପଣ ସାପ୍ତାହିକ, ମାସିକ, ତ୍ରୈମାସିକ କିମ୍ବା ବାର୍ଷିକ ପ୍ଲାନରେ ନିବେଶ କରିପାରିବେ । ଏଥିରେ ଚକ୍ରବର୍ତ୍ତୀ ସୁଧ ମିଳୁଥିବାରୁ ଆପଣଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ ।

Get real time updates directly on you device, subscribe now.