fbpx

ରୋଜଗାରର ସୁଅ ଛୁଟିଲା: LIC, BYJU’S ପରି ୮ଟି କମ୍ପାନୀ IPO ବଜାରରେ କରିବେ ଏଣ୍ଟ୍ରି

ନୂଆଦିଲ୍ଲୀ: ଯଦି ଆପଣ ଆଇପିଓ ମାର୍କେଟରୁ ରୋଜଗାର କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଆସନ୍ତା ମାସରେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଠାରୁ ଆରମ୍ଭ କରି ବାଇଜୁସ୍ ପର୍ଯ୍ୟନ୍ତ ଏଭଳି ୮ଟି ଆଇପିଓ ଲଞ୍ଚ ହେବାକୁ ଯାଉଛି । ଗତ ୨୦୨୧ ବର୍ଷରେ କମ୍ପାନୀମାନେ ବଜାରରୁ ଅତ୍ୟଧିକ ମାତ୍ରାରେ ଅର୍ଥ ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲେ । ଗତବର୍ଷ ୬୫ଟି କମ୍ପାନୀ ଆଇପିଓରୁ ୧ ଲକ୍ଷ ୩୫ ହଜାର କୋଟି ସଂଗ୍ରହ କରିପାରିଥିଲେ, ଯାହାକି ଗୋଟିଏ ବର୍ଷରେ ସର୍ବାଧିକ ରେକର୍ଡ । ଏହି ଟ୍ରେଣ୍ଡକୁ ଦେଖି ଆଇପିଓ ବଜାରରେ ପ୍ରବେଶ ନେଇ ଏକାଧିକ କମ୍ପାନୀ ଆଗ୍ରହ ପ୍ରକାଶ କରୁଛନ୍ତି ।

ଆସନ୍ତା ମାର୍ଚ୍ଚ ମାସରେ କମ୍ପାନୀମାନେ ବଜାରରେ ଏଣ୍ଟ୍ରି କରିବାର ଅନୁମାନ କରାଯାଉଛି । ଏହି କମ୍ପାନୀଗୁଡ଼ିକ ମଧ୍ୟରେ ବହୁପ୍ରତିକ୍ଷିତ ଏଲଆଇସିର ନାମ ସାମିଲ ରହିଛି । ସରକାର ଏଥିରୁ ୫ ପ୍ରତିଶତର ଅଂଶଧନ ବିକ୍ରି କରି ୭୫ ହଜାର କୋଟି ଯୋଗାଡ଼ ଲକ୍ଷ୍ୟରେ ରହିଛନ୍ତି । ତେବେ ମାର୍ଚ୍ଚ ମାସ ୧୧ ତାରିଖରେ ଆଇପିଓ ଲଞ୍ଚ ହୋଇପାରେ, ମାତ୍ର ନିବେଶକଙ୍କ ପାଇଁ ଏହାର ଦୁଇଦିନ ପରେ ଖୋଲିବ ।

ଓୟୋ ଆଇପିଓ ୮,୪୩୦ କୋଟି, ଓଲା ଆଇପିଓ ୧୫୦୦୦ କୋଟି, ଡେଲହିବରି ଆଇପିଏଲ ୭,୪୬୦ କୋଟି, ବାୟଜୁସ ଆଇପିଓ ୪ ଅରବ ଡଲାର, ଏନଏସଇ ଆଇପିଓ ୧୦,୦୦୦ କୋଟି ଅର୍ଥ ସଂଗ୍ରହ ଲକ୍ଷ୍ୟ ରଖିଛି । ସେହିପରି ଗୋ ଏୟାରଲାଇନ୍ସ (ଇଣ୍ଡିଆ) ଲିମିଟେଡ, ବନ ମୋବିକ୍ୱିକ ସିଷ୍ଟମ୍ସ ଲିମିଟେଡ, କେୱେଣ୍ଟର ଆଗ୍ରୋ ଲିମିଟେଡ, ସ୍ନାପଡିଲ ଲିମିଟେଡ, ଉକ୍ରର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ ନିଜ ନିଜର ଆଇପିଓ ଜାରି କରିବେ ।

Get real time updates directly on you device, subscribe now.