fbpx
BJD SKY
BJD SKY

ବଡ଼ ଦୁର୍ଘଟଣା: ଖାଲକୁ ଖସିଲା ଟାଟା ସୁମୋ, ଚାଲିଗଲା ୮ ଜଣଙ୍କ ଜୀବନ

BJD

ନୂଆଦିଲ୍ଲୀ: ବିପଦ ଯେ କେତେବେଳେ ଯେ ଆସିବ ତାହା କେହି କହିପାରିବେ ନାହିଁ । ଆଜିକାଲି ରାସ୍ତାଘାଟରେ ଗାଡ଼ି ମୋଟର ସଂଖ୍ୟା ବଢ଼ୁଥିବା ବେଳେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏକ ବଡ଼ ଦୁର୍ଘଟଣା ଘଟି ୮ ଜଣଙ୍କ ଜୀବନ ଚାଲି ଯାଇଛି । ଏକ ଟାଟା ସୁମୋ ଏକ ଖାଲ ମଧ୍ୟକୁ ଖସି ପଡ଼ିବାରୁ ଏଭଳି ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି ।

ଖବର ମୁତାବକ, ଜମ୍ମୁର କିଶସ୍ତୱାଡ଼ ଜିଲ୍ଲାର ମାରବାହ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଯାଇଛି । ଆଜି ସନ୍ଧ୍ୟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣଙ୍କର ଜୀବନ ଚାଲି ଯାଇଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏକ ଘରୋଇ କ୍ୟାବ୍ (ଟାଟା ସୁମୋ) ନିୟନ୍ତ୍ରଣା ହରାଇ ଏକ ଖାଲ ମଧ୍ୟକୁ ଖସିପଡ଼ିଥିଲା । ତାତାପାନୀ ମାରବାହ ଅଞ୍ଚଳ ନିକଟବର୍ତ୍ତୀ ଅଲସୟାର ରୋଡ଼ରେ ଏହି ଦୁର୍ଘଟଣା ଘଟିଥିଲା ।

ତେବେ ଏହି ଦୁର୍ଘଟଣାର ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ରହିଥିବା ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଘଟଣାସ୍ଥଳରେ ସମସ୍ତଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ୭ ଜଣ ମୃତକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣେ ମୃତକଙ୍କର ପରିଚୟ ଜଣାପଡ଼ିନାହିଁ । ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ ଜମ୍ମୁ କଶ୍ମୀରର ନେତା ଗୁଲାବ ନବୀ ଆଜାଦ ଟ୍ୱିଟ୍ କରି ଶୋକପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.