fbpx

ପ୍ରସିଦ୍ଧ ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ: ପ୍ରସିଦ୍ଧ ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ଅଭିନେତ୍ରୀଙ୍କୁ ହୃଦଘାତ ହେବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି । ଗତ ୧୫ ତାରିଖରେ ହାର୍ଟ ଆଟାକ ଆସିବା ପରେ ତାଙ୍କୁ ସଙ୍ଗେସଙ୍ଗେ କୋଲକାତା ହସ୍ପିଟାଲକୁ ଅଣାଯାଇଥିଲା । ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଶୋଚନୀୟ ହୋଇପଡ଼ିଥିବା ବେଳେ ତାଙ୍କର ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

ଅଭିନେତ୍ରୀ ଏଣ୍ଡ୍ରିଲା ବର୍ତ୍ତମାନ ହସ୍ପିଟାଲ ବେଡରେ ଜୀବନ ମରଣ ସହ ଯୁଦ୍ଧ କରୁଛନ୍ତି । ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ କାର୍ଡିଓ ପଲ୍ମୋନରୀ ରିସସିଟେଶନ (ସିପିଆର) ଦିଆଯାଇଥିଲା । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ତାଙ୍କର ଅବସ୍ଥା ଠିକ୍ ନଥିବା କୁହାଯାଉଛି । ଏଣ୍ଡ୍ରିଲାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ତାଙ୍କର ବନ୍ଧୁ ପରିଜନ ଓ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଚଳିତ ମାସ ୧ ତାରିଖରେ ଅଭିନେତ୍ରୀଙ୍କୁ ପ୍ରଥମେ ହାର୍ଟ ଆଟାକ୍ ଆସିଥିଲା । ଏହି କାରଣରୁ ତାଙ୍କର ବ୍ରେନରେ ରକ୍ତ ଜମାଟ ବାନ୍ଧିଥିଲା । ସେ ଇଣ୍ଟ୍ରାକ୍ରାନିଆଲ ହେମୋରେଜ ରୋଗରେ ପୀଡ଼ିତ ଥିଲେ । ଏହାଛଡ଼ା ସେ ଫଣ୍ଟୋଟେମ୍ପୋପୋରିଟଲ ଡି-କମ୍ପ୍ରୋସିଭ କ୍ରେନିୟୋଟାମି ସର୍ଜରୀରେ ମଧ୍ୟ ରହିଥିଲେ । ତାଙ୍କର ବ୍ରେନରେ ବ୍ଲକ କ୍ଲଟସ ଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.