fbpx

କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଦୁର୍ଘଟଣା, ବଏଲର ଫାଟି ୮ ଶ୍ରମିକ ମୃତ

ଉତ୍ତରପ୍ରଦେଶ ହାପୁଡ଼ ଜିଲ୍ଲାରେ ଏକ କେମିକାଳ ଫ୍ୟାକ୍ଟ୍ରିରେ ବଏଲର ଫାଟିବାରୁ ୮ ଶ୍ରମିକଙ୍କ ମୃତ୍ୟୁ  । ଏହା ସହ ଅନେକ ସଂଖ୍ୟାରେ ଲୋକେ ଆହତ ହୋଇଥିବା ନେଇ ମଧ୍ୟ ଖବର ଆସିଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ଏବଂ ଦମକଳ ବିଭାଗ ଗାଡ଼ି ସହ ସେଠାରେ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆଇଜି ଏବଂ କମିଶନରଙ୍କୁ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଦୁର୍ଘଟଣା ହାପୁଡ଼ ଜିଲ୍ଲାର ଧୌଲାନା ଥାନା ୟୁପିଏସଆଇଡିସିରେ ଘଟିଛି । ଘଟଣାକୁ ନେଇ ମେରଠ ଆଇଜି ପ୍ରବୀଣ କୁମାର କହିଛନ୍ତି ଯେ ଘଟଣାରେ ୧୫ ଜଣ ଶ୍ରମିକ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ଏହି ଫ୍ୟାକ୍ଟ୍ରି ଅବୈଧ ଭାବରେ ଚାଲୁଥିଲା ।

Get real time updates directly on you device, subscribe now.