fbpx

ବଡ଼ ଧରଣର ସଡ଼କ ଦୁର୍ଘଟଣା, ୧୮ ମୃତ; ୫ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ଭୀଷଣ ଦୁର୍ଘଟଣା ଘଟିଯାଇଛି । ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଶନିବାର ଦିନ ରାତିରେ ହୋଇଥିବା ଜଣାପଡ଼ିଛି । ଏଥିରେ ୧୮ ଜଣଙ୍କ ମୃତ୍ୟୁ ହେବା ସହିତ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଶବକୁ ନେଇ ୨୦ ଜଣରୁ ଅଧିକ ଲୋକ ମେଟାଡୋର୍ ରେ ନବଦ୍ୱୀପ ଶଶ୍ମାନ ଘାଟ ଆଡ଼କୁ ଯାଉଥିଲେ । ଫୁଲବାଡୀ ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଏକ ଟ୍ରକ୍ ସହିତ ମେଟାଡୋର୍ ଟି ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳେଅର ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ହନ୍ସଖାଲି ପୋଲିସ୍ ଷ୍ଟେସନ୍ ନିକଟରେ ଘଟିଛି । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସ୍ କହିବାନୁସାରେ, ଏଡି ଦୁର୍ଘଟଣା ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ହୋଇଛି ।

Get real time updates directly on you device, subscribe now.