fbpx

ଛୋଟଭାଇର ବିବାହକୁ ନେଇ ଚାପରେ ରହୁଥିଲା ବଡ଼ଭାଇ, କ୍ରୋଧରେ କଲା ଡବଲ୍ ମର୍ଡର

ଭୋପାଳ, ୧୧ା୩ (ଓଡିଶା ଭାସ୍କର): ମଧ୍ୟପ୍ରଦେଶରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ସାନଭାଇ ଓ ସାନଭାଇଙ୍କ ନବବିବାହିତା ପତ୍ନୀଙ୍କୁ ହତ୍ୟା କରିଛି ବଡ଼ଭାଇ । ବଡ଼ଭାଇର ବିବାହ ପୂର୍ବରୁ ସାନଭାଇର ବିବାହକୁ ନେଇ ଚାପରେ ରହୁଥିଲା ବଡ଼ଭାଇ । ତେଣୁ କ୍ରୋଧରେ ଉଭୟଙ୍କୁ କରାଢ଼ିରେ ହାଣି ହତ୍ୟା କରିଛି ବଡ଼ଭାଇ ।

ପୋଲିସ ସୂଚନା ଅନୁଯାୟୀ, ଦମ୍ପତ୍ତି ଶୋଇଥିବା ସମୟରେ ବଡ଼ଭାଇ ସେମାନଙ୍କୁ ହାଣି ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ି ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.