fbpx

ବୃଦ୍ଧ କାଳେ ପ୍ରେମଲୀଳା: ବିବାହ ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢ଼ିଲେ ଜେଜେ

ନୂଆଦିଲ୍ଲୀ, ୧୧ା୩: ରାଜସ୍ଥାନର ଯୋଧପୁର ଅଞ୍ଚଳର ଜଣେ ବୃଦ୍ଧ ପ୍ରେମ ପାଇଁ ଅଜବ କାରନାମା କରିଛନ୍ତି । ୬୦ ବର୍ଷୀୟ ବୃଦ୍ଧ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବା ବେଳେ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ । ଫଳରେ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ବୃଦ୍ଧ ଜଣକ ୧୧ ହଜାର ଭୋଲଟେଜର ବିଦ୍ୟୁତ ଖୁଣ୍ଟରେ ଚଢ଼ିଯାଇଥିଲେ ।

ବୃଦ୍ଧଙ୍କର ଏହି କାରନାମା ବିଷୟରେ ଜାଣିବା ପରେ ଗାଁ ଲୋକ ରୁଣ୍ଡ ହୋଇଯାଇଥିଲେ । ଖୁଣ୍ଟରେ ଚଢ଼ି ବିଜୁଳି ତାରକୁ ଧରିବା ପରେ କରେଣ୍ଟ ନଥିବାରୁ ବୃଦ୍ଧଜଣକ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ବିଦ୍ୟୁତ ସବଷ୍ଟେସନ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଲରେ ପହଞ୍ଚି ସଙ୍ଗେସଙ୍ଗେ ବିଦ୍ୟୁତ କାଟ କରିଥିଲେ । ବୃଦ୍ଧଙ୍କୁ ଖୁଣ୍ଟରୁ ତଳକୁ ଆଣିବା ପାଇଁ ସମସ୍ତଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା । ୪ ବର୍ଷ ପୂର୍ବେ ବୃଦ୍ଧଙ୍କର ପତ୍ନୀଙ୍କର ଦେହାନ୍ତ ପରେ ତାଙ୍କର ୩ ପୁଅ ଓ ଦୁଇ ଝିଅ ଅଛନ୍ତି । ବୃଦ୍ଧ ଜଣଙ୍କ ଅଜା- ଜେଜେ ବୟସରେ ପୁଣି ବିବାହ କରିବାର ନିଶା ସମସ୍ତଙ୍କୁ ଚକିତ କରିଛି । ସେ ବିଜୁଳି ଖୁଣ୍ଟରେ ଚଢ଼ିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.