fbpx

ବୃଦ୍ଧ ନିଜ ଲିଙ୍ଗରେ ପୂରାଇଦେଲେ ୧୮ ସେମି ଲମ୍ବା ଇଲେକ୍ଟ୍ରିକ୍ କେବୁଲ: କାରଣ ଜାଣି ଡାକ୍ତର ବେହୋସ୍

ଇସଲାମାବାଦ: ପାକିସ୍ତାନରେ ଜଣେ ବୃଦ୍ଧଙ୍କ ଅଜବ କାର୍ଯ୍ୟକଳାପ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବୃଦ୍ଧ ଜଣକ ପରିସ୍ରାରେ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ଏଭଳି ଉପାୟ ଅବଲମ୍ବନ କରିଥିଲେ, ଯାହାଫଳରେ ତାଙ୍କ ଜୀବନ ବିପଦରେ ପଡିଗଲା ।

ସୂଚନା ମୁତାବକ, ପରିସ୍ରା ନଆସିବା ପାଇଁ ବୃଦ୍ଧ ଜଣକ ନିଜ ଲିଙ୍ଗରେ ଇଲେକ୍ଟ୍ରିକ୍ କେବୁଲ ଭର୍ତ୍ତି କରିଥିଲେ । ଏଥିରେ ବୃଦ୍ଧଙ୍କ ସମସ୍ୟାର ସମାଧାନ ତ ହୋଇନଥିଲା, ବରଂ ଜୀବନ ବିପଦରେ ପଡିଗଲା । ସେହି ବୃଦ୍ଧଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ କଠିନ ପରିଶ୍ରମ କରି ଲିଙ୍ଗରୁ ୧୮ ସେଣ୍ଟିମିଟର ଲମ୍ବା କେବୁଲ ବାହାର କରିଥିଲେ ।

ରିପୋର୍ଟ ଅନୁସାରେ, ପାକିସ୍ତାନର ୬୪ ବର୍ଷୀୟ ବୃଦ୍ଧଙ୍କୁ ପରିସ୍ରା ଜନିତ ସମସ୍ୟା ଥିଲା । ଏହାକୁ ଠିକ୍ କରିବା ପାଇଁ ବୃଦ୍ଧ ଜଣକ ନିଜ ମୂତ୍ରାଶୟରେ ୧୮ ସେମି ଲମ୍ବା ତାର ପୂରାଇଦେଇଥିଲେ, କିନ୍ତୁ ତାହା ଅଧିକ ଭିତରକୁ ପଶିଯାଇଥିଲା । ଏହି ଘଟଣା ପରେ ବୃଦ୍ଧଙ୍କୁ କରାଚିସ୍ଥିତ ଅୱାସି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ରୋଗୀର ନାମ ସାର୍ବଜନୀନ କରାଯାଇନାହିଁ । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଏକ୍ସ-ରେରେ ତାରଟି ମୂତ୍ରାଶୟରୁ ବ୍ଲେଡର ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖିବାକୁ ମିଳିଛି । ପ୍ରଥମେ ସର୍ଜନମାନେ ତାରକୁ ଯାଞ୍ଚ କରିବା ପାଇଁ ବୃଦ୍ଧଙ୍କ ମୂତ୍ରାଶୟରେ ଏକ କ୍ୟାମେରା ପୂରାଇବାକୁ ଯୋଜନା କରିଥିଲେ । କିନ୍ତୁ, ତାରର ଗୋଟିଏ ପାଖ ଭାଗ ବୃଦ୍ଧ ମୂତ୍ରାଶୟକୁ ବିସ୍ତାର କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ଡାକ୍ତରମାନେ ଚିମୁଟା ସାହାଯ୍ୟରେ ମୂତ୍ରାଶୟରେ ଫସି ରହିଥିବା ତାରକୁ ବାହାର କରିଥିଲେ ।

Get real time updates directly on you device, subscribe now.