fbpx

ବାରବାଟୀରେ ନୂଆ ପରମ୍ପରା, ଘଣ୍ଟି ବଜାଇ ମ୍ୟାଚ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହୋଇଛି। ବାରବାଟୀ ମ୍ୟାଚ୍ ଅବସରରେ ଅନେକ ନୂଆ କଥା ଦେଖିବାକୁ ମିଳିଛି। କ୍ରିକେଟ୍‌ର ମକ୍କାଭାବେ ପରିଚିତ ଲର୍ଡସ ଗ୍ରାଉଣ୍ଡ ଷ୍ଟାଇଲରେ ଉଦ୍‌ଘାଟନୀ ଉତ୍ସବ ଏହା ମଧ୍ୟରୁ ଅନ୍ୟତମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବଜାଇବା ସହ ମ୍ୟାଚ୍‌କୁ ଉଦ୍‌ଘାଟନ କରିଛନ୍ତି। ମ୍ୟାଚ୍ ଆରମ୍ଭ ହେବାର ୨ ମିନିଟ ପୂର୍ବରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପାଭିଲିଅନ ନିକଟରେ ସ୍ଵତନ୍ତ୍ର ମଞ୍ଚ ପ୍ରସ୍ତୁତ ହୋଇଥିଲା।

ଅନ୍ୟତମ ଅତିଥି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ବ୍ୟାଟ୍ ଉପହାର ଦେଇଥିଲେ। ମୁଖ୍ୟମନ୍ତ୍ରୀ କିଛି ସମୟ ମ୍ୟାଚ୍ ଦେଖିବା ସହ ଭାରତୀୟ ଖେଳାଳିଙ୍କ ଚୌକା, ଛକାରେ ତାଳି ମାଳି ଉତ୍ସାହିତ କରିଥିଲେ। ଅବସରରେ ମୁଖ୍ୟମନ୍ତ୍ରୀଙ୍କ-ଟି ସଚିବ ଭି.କେ. ପାଣ୍ଡିଆନ, ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ, କୌଣସି ମାନ୍ୟଗଣ୍ୟ ବ୍ୟକ୍ତି କିମ୍ବା କିମ୍ବଦନ୍ତୀ ଖେଳାଳି ଘଣ୍ଟି ବଜାଇ ମ୍ୟାଚ୍ ଉଦ୍‌ଘାଟନ କରିବା ପରମ୍ପରା ପ୍ରଥମେ ଇଂଲଣ୍ଡର ଲର୍ଡ଼ ଉଡେନ ଏହି ଗ୍ରାଉଣ୍ଡରୁ ଆରମ୍ଭ ହୋଇଥିଲା। ପରେ ଏହା ଅନ୍ୟ ଦେଶରେ ଏପରି କି ଭାରତରେ କୋଲ୍‌କାତାର ଗାର୍ଡେନ୍ସରେ ପରମ୍ପରା ଆରମ୍ଭ କରାଯାଇଛି। ଓଡ଼ିଶାର ବାରବାଟୀ ପଡ଼ିଆରେ କିନ୍ତୁ ଏହା ପ୍ରଥମ। ଭବିଷ୍ୟତରେ ମଧ୍ୟ ବାରବାଟୀରେ ପରମ୍ପରା ବଜାୟ ରହିବ ବୋଲି ଜଣାଯାଇଛି। ମ୍ୟାଚ୍ ଉଦ୍‌ଘାଟନ ପରେ ଆତସବାଜି ହେବା କାର୍ଯ୍ୟକ୍ରମ ଆକର୍ଷକ ଥିଲା।

Get real time updates directly on you device, subscribe now.