fbpx
BSKY
BJD MC SKY
BJD YOUTH SKY

ତେଲେଙ୍ଗାନାରେ ଓଲଟିଲା ଯାତ୍ରୀବାହୀ ବସ୍: ୫ ଓଡ଼ିଆ ମୃତ

ମାଲକାନଗିରି(ଓଡ଼ିଶା ଭାସ୍କର): ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୩ ଓ ମେଡିକାଲରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ ନିକଟରେ ଯାତ୍ରୀବାହୀ ବସଟି ଓଲଟି ପଡିଥିବା ଜଣାପଡିଛି ।

ସୂଚନା ମୁତାବକ, ବସଟି ବିଜୟୱାଡାରୁ ଯାତ୍ରୀଙ୍କୁ ନେଇ ଭବାନୀପାଟଣା ଆସୁଥିଲା । କିନ୍ତୁ ଅଧା ବାଟରେ ନିୟନ୍ତ୍ରଣ ହରାଇ ବସଟି ଓଲଟି ପଡିଥିବାର ଆଶଙ୍କା କରାଯାଉଛି । ସମସ୍ତ ମୃତକ ଓଡ଼ିଶାର ବୋଲି ସୂଚନା ମିଳିଛି । ଖବର ପାଇଁ ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାରେ ଆହତମାନଙ୍କୁ ଭଦ୍ରାଚଳମ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.