fbpx
BJD SKY
BJD SKY

ପଶ୍ଚିମବଙ୍ଗର ୬୦୪ଟି ବୁଥରେ ପୁଣି ଥରେ ହେବ ଭୋଟ: ହିଂସା ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଗତ ୮ ତାରିଖ ଦିନ ପଶ୍ଚିମବଙ୍ଗର ୭୫ ହଜାର ପଞ୍ଚାୟତରେ ଭୋଟ ଗ୍ରହଣ ହୋଇଥିଲା । ଏହି ଅବସରରେ ପ୍ରବଳ ମାତ୍ରାରେ ହିଂସା ଦେଖାଦେବା ସହିତ ପୋଲିଂ ବୁଥରେ ମାରପିଟ, ବୁଥ ଲୁଟ ଘଟଣା ଦେଖିବାକୁ ମିଳିଥିଲା । ମୁର୍ଶିଦାବାଦ, କୁଚବିହାର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାରେ ଭୟଙ୍କର ହିଂସା ଦେଖିବାକୁ ମିଳିଥିଲା । ହିଂସାକୁ ଧ୍ୟାନରେ ରଖି କିଛି ବୁଥରେ ପୁନର୍ବାର ମତଦାନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟର କୁଚବିହାରରେ କର୍ମକର୍ତ୍ତାମାନେ ବାଲାଟ ବକ୍ସ ଭାଙ୍ଗିବା ସହିତ ସେଥିରେ ପାଣି ଭଳି ଦେଇଥିଲେ ଓ ନିଆଁ ଲଗାଇ ଦେଇଥିଲେ । ଉତ୍ତର ଦିନାଜପୁରର କିଛି ସ୍ଥାନରେ ବାଲାଟ ପେପର ଓ ନିର୍ବାଚନୀ ସାମଗ୍ରୀ ଜଳାଇ ଦିଆଯାଇଥିଲା । ଦକ୍ଷିଣ ଦିନାଜପୁରରେ ମଧ୍ୟ ବାଲାଟ ବକ୍ସରେ ପାଣି ଭଳି ଦିଆଯାଇଥିଲା । ଏହି ହିଂସାରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଆହତ ହୋଇଥିଲେ ।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୁଣି ଥରେ କରାଇବା ପାଇଁ ବିଜେପି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିଲା । ଏବେ ନିର୍ବାଚନ ଆୟୋଗ କିଛି ବୁଥକୁ ଚିହ୍ନଟ କରି ଆସନ୍ତା ୧୦ ତାରିଖରେ ପୁନର୍ବାର ଭୋଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ସରିଥିବା ବେଳେ କେନ୍ଦ୍ରୀୟ ସୁରକ୍ଷାବଳଙ୍କ ତତ୍ତ୍ୱାବଧାନରେ ନିର୍ବାଚନ କରାଯିବ । ମୋଟ ୬୪ଟି ବୁଥରେ ପୁଣି ଥରେ ମତଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ହିଂସାରେ ୩୭ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି ।

Get real time updates directly on you device, subscribe now.