fbpx

ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି, ୨୨ ଜାନୁଆରୀ ପର୍ଯ୍ୟନ୍ତ ରାଲି-ସମାରୋହ ଉପରେ ରହିବ କଟକଣା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆୟୋଗ ପଦ ଯାତ୍ରା, ସାଇକେଲ ରାଲି ଏବଂ ସମାରୋହ ଉପରେ ୧୫ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି । ରାଜନୈତିକ ଦଳମାନଙ୍କୁ ଇଣ୍ଡୋର ମିଟିଂ ପାଇଁ ମଧ୍ୟ ସର୍ତ୍ତମୂଳକ ଅନୁମତି ସର୍ବାଧିକ ୩୦୦ ଲୋକ କିମ୍ବା ହଲର ୫୦ ପ୍ରତିଶତ କ୍ଷମତାକୁ ନେଇ ହୋଇପାରିବ ମିଟିଂ ।

ସୂଚନାଯୋଗ୍ୟ, ଫେବୃୟାରୀ ୧୦ରୁ ମାର୍ଚ୍ଚ ୧୦ ମଧ୍ୟରେ ୭ଟି ପର୍ଯ୍ୟାୟରେ ୫ ନିର୍ବାଚନ ହେବାକୁ ଯାଉଛି । ଫେବୃୟାରୀ ୧୦ରୁ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୧୦ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଫେବୃୟାରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟ, ଫେବୃୟାରୀ ୨୦ରେ ତୃତୀୟ, ଫେବୃୟାରୀ ୨୩ରେ ଚତୁର୍ଥ, ଫେବୃୟାରୀ ୨୭ରେ ପଞ୍ଚମ, ମାର୍ଚ୍ଚ ୩ରେ ଷଷ୍ଠ ଓ ମାର୍ଚ୍ଚ ୭ ତାରିଖରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହା ସହିତ ପୋଲିଂ ସମୟରେ ମଧ୍ୟ ୧ ଘଣ୍ଟା ବଢାଇ ଦିଆଯାଇଛି ।

ଉତ୍ତରାଖଣ୍ଡ , ଗୋଆ ଏବଂ ପଞ୍ଜାବରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ମଣିପୁରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ, ଫେବୃୟାରୀ ୨୭ ଓ ମାର୍ଚ୍ଚ ୩ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଉତ୍ତରାଖଣ୍ଡ , ଗୋଆ ଏବଂ ପଞ୍ଜାବରେ ଫେବୃୟାରୀ ୧୪ ତାରିଖରେ ଭୋଟ ଗ୍ରହଣ କରାଯିବ । ୫ଟି ଯାକ ରାଜ୍ୟରେ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣନା କରାଯିବ ।

Get real time updates directly on you device, subscribe now.