fbpx

ଘରେ ଶିଶୁ କରୋନା ସଂକ୍ରମିତ ହେଲେ କ’ଣ କରିବେ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ଲୋକଙ୍କ ମନରେ ଏକହୟ ପ୍ରଶ୍ନ ଆସୁଛି ଯେ ଯଦି ଘରେ କେହି ସଦସ୍ୟଙ୍କୁ କରୋନା ହେଉଛି କିମ୍ବା ଘରେ କେହି ପିଲାଙ୍କୁ କରୋନା ସଂକ୍ରମିତ ହେଉଛନ୍ତି ତେବେ ପିତାମାତା ତାଙ୍କର କିଭଳି ଯତ୍ନ ନେବେ? ଯଦି ପିତାମାତା ସଂକ୍ରମିତ ହେଉଛନ୍ତି ତେବେ ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ପିଲାଙ୍କ ଠାରୁ ଦୂରରେ ଆଇସୋଲେସନରେ ରହିବାକୁ ପଡ଼ିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢ଼ୁନ୍ତୁ ସଂପୂର୍ଣ୍ଣ ଖବର । ୱାସିଙ୍ଗଟନ୍ ୟୁନିଭର୍ସିଟି ମିଲକେନ ଇନଷ୍ଟିଚ୍ୟୁଟ୍ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥ ର ଫିଜିସିଆନ ଡା.ଲୀନା ଭେନ ଜର୍ଜ ହୋମ ଆଇସୋଲେସନ, ପିଲାଙ୍କୁ କରୋନା ଏବଂ କ୍ୱାରେଣ୍ଟିନ ସମ୍ବନ୍ଧରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ।

ସେ କହିଛନ୍ତି ପ୍ରଥମତଃ ଆମକୁ ସେତେବେଳେ ଆଇସୋଲେସନରେ ରହିବାକୁ ପଡ଼େ ଯେତେବେଳେ ଆମର କୋଭିଡ ରିପୋର୍ଟ ପଜିଟିଭ ଆସିଥାଏ ଏବଂ କ୍ୱାରେଣ୍ଟିନରେ ସେତେବେଳେ ରହିବାକୁ ପଡ଼େ ଯେତେବେଳେ ଆମେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାନ୍ତି କିମ୍ବା ଆମର କୋଭିଡ ରିପୋର୍ଟ ଆସିବାକୁ ବାକିଥାଏ ।

ଦ୍ୱିତୀୟରେ ଯଦି ପରିବାରର କେହି ବ୍ୟକ୍ତି କିମ୍ବା ସଂକ୍ରମିତ ହେଉଛନ୍ତି ତେବେ ତୁରନ୍ତ ତାଙ୍କୁ ସଂଗରୋଧରେ ରହିବା ଆବଶ୍ୟକ ଏହା ସହ ପରିବାରର ଅନ୍ୟ ଲୋକମାନେ ମଧ୍ୟ ଟେଷ୍ଟ କରାଇବା ଉଚିତ୍ ।

ତୃତୀୟରେ ଡା ଲିନା ଜର୍ଜ କହିଛନ୍ତି ପିଲାଙ୍କୁ ସଂକ୍ରମଣ ହେବା ଏକ କଠିନ ସମୟ । ବିଶେଷ କରି ଯଦି ପିଲା ଛୋଟ ହୋଇଥାଏ । କାରଣ ସେ ନିଜେ ନିଜର ଯତ୍ନ ନେଇପାରିବ ନାହିଁ । ଏମିତିରେ ଜରୁରୀ ଅଟେ ଯେ ମାତା-ପିତାଙ୍କ ମଧ୍ୟରୁ କେହି ଜଣକୁ ପିଲାର ଯତ୍ନ ନେବାକୁ ହେବ । କିନ୍ତୁ ଏହା ମଧ୍ୟ ଧ୍ୟାନ ଦେବାକୁ ହେବ ମାତା-ପିତା ଭାକ୍ିସନ ନେଇଥିବା ଆବଶ୍ୟକ ଏବଂ ସଂପୂର୍ଣ୍ଣ ସୁସ୍ଥ ଥିବେ । ଏହି ସ୍ଥିତିରେ ସଂକ୍ରମିତ ଶିଶୁଙ୍କୁ ଘରର ଅନ୍ୟ ପରିବାର ଲୋକଙ୍କଠାରୁ ଅଲଗା ରଖିବା ସହ ସଂକ୍ରମିତ ପିଲାର ସବୁ ଜିନିଷକୁ ଅଲଗା ରଖିବା ଆବଶ୍ୟକ । ଫଳରେ ଯେପରି ଅନ୍ୟ ସଦସ୍ୟଙ୍କୁ କରୋନା ସଂକ୍ରମଣ ନେହେବ । ସଂକ୍ରମିତ ଶିଶୁକୁ ଏକ ଅଲଗା ଘରେ ରଖନ୍ତୁ ଏବଂ ତାଙ୍କର ବାଥରୁମ ମଧ୍ୟ ଅଲଗା ହୋଇଥିବା ଆବଶ୍ୟକ । କରୋନା ସଂକ୍ରମିତ ଶିଶୁର ଯତ୍ନ ନେବା ସମୟରେ ୨୪ ଘଣ୍ଟା ମାସ୍କ ପିନ୍ଧନ୍ତୁ । ଫଳରେ ସଂକ୍ରମଣରୁ ରକ୍ଷା ପାଇପାରିବେ ଏବଂ  ବାରମ୍ବାର ହାତ ଧୋଇବା ମଧ୍ୟ ଆବଶ୍ୟକ ।

ଆଇସୋଲେସନକୁ ନେଇ ସେ କହିଛନ୍ତି ଯେ କେବଳ ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା ଲୋକ ହିଁ ଆଇସୋଲେସନର ରହିପାରବେ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ସଂପୂର୍ଣ୍ଣ ଭାବରେ ରୁମରେ ବନ୍ଦ ରହିବେ ଏବଂ ଅନ୍ୟମାନଙ୍କ ଠାରୁ ଅଲଗା ରହିବେ । ଯଦି ଆପଣ କୌଣସି ଏମିତି ସ୍ଥାନରେ ରହୁଛନ୍ତି ଯେଉଁଠାରେ ଆପଣଙ୍କ ତାଜା ବାୟୁ ମିଳିପାରୁନାହିଁ ତେବେ ଆପଣ ବାହାରକୁ ଯାଇପାରିବେ କିନ୍ତୁ ସଂପୂର୍ଣ୍ଣ ସତର୍କତାର ସହ ଏବଂ ଆପଣଙ୍କୁ ସମସ୍ତଙ୍କଠାରୁ ଦୂରରେ ରହିବାକୁ ହେବ ।

Get real time updates directly on you device, subscribe now.