fbpx

Army Dayରେ ଦେଶର ବୀରପୁତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ: ଟ୍ୱିଟ୍ କରି ଲେଖିଲେ ଏମିତି

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ ତମ ସ୍ଥଳସେନା ଦିବସ ବା ‘ଆର୍ମି ଡେ’ । ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ୟ୍ୟ, ପରାକ୍ରମ, ଉତ୍ସର୍ଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଏନେଇ ଆଜି ସ୍ଥଳସେନାକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଟ୍ବିଟ କରି ଲେଖିଛନ୍ତି ଯେ ଆମର ସାହାସୀ ସୈନିକ ଓ ସେମାନଙ୍କ ପରିବରର୍ଗଙ୍କୁ ସେନା ଦିବସ ଅବସରରେ ମୋର ଶୁଭେଚ୍ଛା ଓ ଶୁଭକାମନା ।

ଭାରତୀୟ ସେନା ନିଜର ସାହସିକତା ଓ ନିଜର ବୃତ୍ତିକୁ ନେଇ ଜଣାଶୁଣା । ଜାତୀୟ ନିରାପତ୍ତା ଦିଗରେ ଭାରତୀୟ ସେନାର ଅମୂଲ୍ୟ ଅବଦାନ ରହିଛି । ଯାହା ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ ଅଟେ । ସେନା ଦିବସ ଅବସରରେ ଅନେକ ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ପ୍ରାକୃତିକ ବିପର୍ୟ୍ୟୟ ସମେତ ମାନବିକ ସଙ୍କଟ ସମୟରେ ମଧ୍ୟ ସାହାଯ୍ୟ କରିବାରେ ଆଗରେ ରହିଥାନ୍ତି । ଭାରତୀୟ ସେନାର ଏଭଳି କାର୍ୟ୍ୟ ପାଇଁ ଆଜି ଦେଶ ଗର୍ବିତ ।

Get real time updates directly on you device, subscribe now.