fbpx

ପଞ୍ଜାବ ବିଧାନସଭା ନିର୍ବାଚନ: ଅମ୍ରିତସରରୁ ଲଢିବେ ସିଦ୍ଧୁ, ମୋଗା ଆସନରେ ସୋନୁ ସୁଦଙ୍କ ଭଉଣୀ

ନୂଆଦିଲ୍ଳୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଶନିବାର କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ଶାସକ ଦଳ ପକ୍ଷରୁ ୮୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳର ଅନେକ ହେଭିୱେଟ ନେତା ଏହି ତାଲିକାରେ ସାମିଲ ଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମେତ ରାଜ୍ୟ ମୁଖ୍ୟ ନଭଜୋତ ସିଂ ସିଦ୍ଧୁ ଏହି ତାଲିକାରେ ସାମିଲ ଅଛନ୍ତି ।

ଚନ୍ନି ଚମକୌର ସାହିବରୁ ପ୍ରାର୍ଥୀ ହୋଇଥିବା ବେଳେ ସିଦ୍ଧୁ ଅମ୍ରିତସରରୁ ଦଳର ପ୍ରାର୍ଥୀ ହୋଇଛନ୍ତି । ପୂର୍ବ ଅମ୍ରିତସରରୁ ସିଦ୍ଧୁ ଏହି ନିର୍ବାଚନ ଲଢିବେ । ପ୍ରତାପ ସିଂ ବାଜୱା କାଡିଆନରୁ ନିର୍ବାଚନ ଲଢିବାକୁ ଥିବା ବେଳେ ସିଙ୍ଗର ସିଧୁ ମୁସେୱାଲା ମନସା ଆସନରୁ ମଇଦାନକୁ ଓହ୍ଲାଇବେ । ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଥିବା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ୍ ମୋଗା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଦୁଇ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରନ୍ଧାୱାଙ୍କୁ ଦଳ ଡେରା ବାବା ନାନକରୁ ଟିକେଟ ଦେଇଥିବା ବେଳେ ଓମ ପ୍ରକାଶ ସୋନିଙ୍କୁ ଅମ୍ରିତସର ମଧ୍ୟରୁ ଟିକେଟ ପ୍ରଦାନ କରାଯାଇଛି । ପୂର୍ବତନ ରାଜ୍ୟ ମୁଖ୍ୟ ସୁନୀଲ ଜାଖର ନିର୍ବାଚନ ଲଢୁନଥିବା ବେଳେ ପୁତୁରା ସନ୍ଦୀପ ଜାଖର ଆବୋହର ଆସନରୁ ଲଢିବାକୁ ଯାଉଛନ୍ତି ।

Get real time updates directly on you device, subscribe now.