fbpx

ପାଞ୍ଚାୟତ ନିର୍ବାଚନରେ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ବୁଥ ରିଗିଂ ଘଟଣା: ଗିରଫ ସଂଖ୍ୟା ୯୮କୁ ବୃଦ୍ଧି

ଯାଜପୁର (ଭାସ୍କର ନ୍ୟୁଜ୍‌): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ସମୟରେ ଯାଜପୁର ଜିଲ୍ଲାରେ ବ୍ୟାପକ ହିଂସା ଦେଖାଦେଇଥିଲା । କେଉଁଠି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା ତ ଆଉ କେଉଁଠି ଭୋଟ୍‌ ବାକ୍ସ ଭଙ୍ଗାରୁଜା, ପୁଣି କେଉଁଠି ବୁଥ୍‌ ଭିତରୁ ବାଲାଟ୍‌ ବାକ୍ସ ଚୋରାଇ ନେଇଥିଲେ ଦୁର୍ବୃତ୍ତ । ଏ ସମସ୍ତ ନିର୍ବାଚନୀ ହିଂସା ପରେ ବର୍ତ୍ତମାନ ସୁଦ୍ଧା ୯୮ ଜଣଙ୍କୁ ଗିରଫ କରାଯାଇଥିବା ଯାଜପୁର ଏସ୍‌ପି ରାହୁଲ ପିଆର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କେବଳ ବିଂଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ଯାଜପୁର ଜିଲ୍ଲାରେ ରାଜନୈତିକ ହିଂସା ଓ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଯିଏ ବିଶୃଙ୍ଖଳା ସୃଷ୍ଟି କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି ।

Get real time updates directly on you device, subscribe now.