fbpx
BSKY
BJD SHG SKY
BJD YOUTH SKY

ଆସନ୍ତା ମାସରେ ଦେଶର ବିଭିନ୍ନ ରାଜ୍ୟକୁ ଲାଗିବ ବିଜୁଳି କରେଣ୍ଟ: କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସି-ପୋର୍ଟ ନଥିବା ରାଜ୍ୟର ଭେଳା ବୁଡ଼ିବ

ନୂଆଦିଲ୍ଲୀ: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ନିରାଶାଜନକ ଖବର । ବିଜୁଳିକୁ ନେଇ କେନ୍ଦ୍ର ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହାର ପ୍ରଭାବରେ ଜନତାଙ୍କୁ ବିଜୁଳି କରେଣ୍ଟ ଲାଗିପାରେ । ଚଳିତ ଆର୍ଥିକ ବର୍ଷରେ ସରକାର ୭୬ ମିଲିୟନ ଟନ କୋଇଲା ଆମଦାନୀ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ବିଜୁଳି ଷ୍ଟେସନମାନଙ୍କୁ କୋଇଲା ଯୋଗାଇବା ଲକ୍ଷ୍ୟରେ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) ୧୫ ମିଲିୟନ ଆମଦାନୀ କରିବ ।

ଏକ ରିପୋର୍ଟ ମୁତାବକ, ଆମଦାନୀ କୋଇଲାର ଉଚ୍ଚ ଦର କାରଣରୁ ଦେଶରେ ବିଜୁଳି ଦର ୫୦ରୁ ୮୦ ପଇସା ମହଙ୍ଗା ହୋଇପାରେ । ଯେଉଁ ରାଜ୍ୟ ସି-ପୋର୍ଟଠାରୁ ଯେତେ ଦୂରରେ ରହିଥିବ, ସେଠାରେ ବିଜୁଳିର ଦାମ୍ ସେତେ ଅଧିକ ରହିବ । ଦେଶରେ ସର୍ବବୃହତ ବିଜୁଳି ଉତ୍ପାଦକ ଏନଟିଟିପି ଲିମିଟେଡ ଓ ଦାମୋଦର ଘାଟି ନିଗମ (ଡିବିସି) ୨୩ ମିଲିୟନ ଟନ୍ ଆମଦାନୀ କରିବେ । ଏଥିସହିତ ରାଜ୍ୟ ଉତ୍ପାଦନ କମ୍ପାନୀ (ଜେନକୋସ) ଓ ସ୍ୱତନ୍ତ୍ର ବିଜୁଳି ଉତ୍ପାଦକ (ଆଇପିପି) ୩୮ ମିଲିୟନ ଆମଦାନୀ କରିବାକୁ ଯୋଜନା କରିଛନ୍ତି ।

କୋଭିଡ-୧୯ର ଦ୍ୱିତୀୟ ଲହର ସମୟରେ ବିଜୁଳି ଚାହିଦା ବୃଦ୍ଧି ପାଇଥିଲା । ଗତ ମାସ ୯ ତାରିଖରେ ବିଜୁଳିର ଡିମାଣ୍ଡ ରେକର୍ଡ ସ୍ତରରେ ୨୧୧ ହ୍ରାସ ପାଇଥିଲା । ଦେଶରେ ମୌସୁମୀର ସ୍ଥିତି କାରଣରୁ ବିଜୁଳିର ଚାହିଦାରେ ହ୍ରାସ ଘଟିଥିବା ବେଳେ ଗତ ୨୦ ତାରିଖରେ ଏହା ୧୮୫.୬୫କୁ ଖସି ଆସିଥିଲା । ଏକ ସୂତ୍ର ମୁତାବକ, ଜୁଲାଇ ଶେଷ ସୁଦ୍ଧା ସିଆଇଏଲ କୋଇଲା ଆମଦାନୀ ଆରମ୍ଭ କରିବ । ଏହାପରେ ଅସଲ ସମସ୍ୟା ଅଗଷ୍ଟ-ସେପ୍ଟେମ୍ବର ଲାଗିବ । ଅକ୍ଟୋବର ୧୫ ସୁଦ୍ଧା ବିଜୁଳି ସଙ୍କଟ ଦେଖାଦେଇପାରେ । ତେବେ ଆମଦାନୀ କୋଇଲାର ସହାୟତାରେ ସିଆଇଏଲ ଏହି ସମସ୍ୟାକୁ ଏଡ଼ାଇ ପାରିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.