fbpx

ଶ୍ରାବଣୀ ପାଣି ପାଇଁ ଆସିଥିବା କାଉଡ଼ିଆଙ୍କୁ ଭବ୍ୟ ସ୍ୱାଗତ, ହେଲିକପ୍ଟରରୁ ହେଲା ପୁଷ୍ପ ବର୍ଷା

ଶ୍ରାବଣର ପବିତ୍ର ମାସକୁ ଅପେକ୍ଷା କରି ରହିଥାନ୍ତି କାଉଡ଼ିଆ । ଶ୍ରାବଣ ମାସ ଆସିଲେ କାଉଡ଼ିଆ ତା’ ପ୍ରିୟ ଭୋଳା ବାବାଙ୍କ ଉପରେ ଚାଲି ଚାଲି ଯାଇ ଜଳ ଲାଗି କରିବ । ତା’ପରେ ପୁଣି ଦୁଇ ବର୍ଷ ଧରି ବନ୍ଦ ରହିଥିବା କାଉଡ଼ିଆ ଯାତ୍ରା ଭକ୍ତଙ୍କୁ ଭଗବାନଙ୍କ ମିଳନରେ ବାଧା ସୃଷ୍ଟି କରିଥିଲା ।

ତେବେ ଏହାରି ମଧ୍ୟରେ କାଉଡ଼ିଆଙ୍କୁ ନେଇ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି ହରିଦ୍ୱାରରୁ । ଯେଉଁଠାରେ ବାବାଙ୍କ ଉପରେ ଜଳଲାଗି କରିବା ପାଇଁ ଗଙ୍ଗା ନଦୀରୁ ପାଣି ଉଠାଇବାକୁ ଆସିଥିବା କାଉଡ଼ିଆଙ୍କ ଉପରେ ପୁଷ୍ପ ବର୍ଷା କରି ସ୍ୱାଗତ କରାଯାଇଛି । କାଉଡ଼ିଆଙ୍କୁ ସ୍ୱାଗତ କରିବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ତରଫରୁ ଏଭଳି ଭବ୍ୟ ସ୍ୱାଗତ କରାଯାଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହାର ଏକ ଭିଡିଓ ସେୟାର କରିଛନ୍ତି । ଦେଖନ୍ତୁ ଭିଡିଓ…

ସୂଚନାଯୋଗ୍ୟ, ପ୍ରତିବର୍ଷ ଶ୍ରାବଣ ମାସରେ ହରିଦ୍ୱାରରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଗଙ୍ଗା ନଦୀରୁ  ପାଣି ଉଠାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି ।

Get real time updates directly on you device, subscribe now.