fbpx

5G ବ୍ୟବହାର କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ସବୁ ଜିନିଷ: Airtel ଦେଲା ବଡ ସୂଚନା

ନୂଆଦିଲ୍ଲୀ: ଦେଶରେ 5G ସର୍ଭିସକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଏବେ ଟେଲିକମ କମ୍ପାନୀ ଏଥିରେ ଉନ୍ନତ ମାନର ସୁବିଧାକୁ ନେଇ ଏକ୍ସପେରିମେଣ୍ଟ କରୁଛନ୍ତି । ଏମାନଙ୍କ ମଧ୍ୟରେ ଦେଶର ବୃହତ୍ତମ ଟେଲିକମ କମ୍ପାନୀ ଏୟାରଟେଲ ମଧ୍ୟ ସାମିଲ ରହିଛି । ଭାରତର ଡିଜିଟାଲ-ଫାଷ୍ଟ ଅର୍ଥବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ କମ୍ପାନୀ ନିଜ ଶକ୍ତିଶାଳୀ ନେଟୱାର୍କ ସହିତ 5G କନେକ୍ଟିଭିଟି ଆଣିବାରେ ସବୁଠୁ ଆଗରେ ରହିବ ବୋଲି କହିଛନ୍ତି କମ୍ପାନୀର ଚେୟାରମ୍ୟାନ ସୁନୀଲ ମିତ୍ତଲ । ଆଗାମୀ କିଛି ଦିନ ମଧ୍ୟରେ ସ୍ପେକ୍ଟ୍ରମର ନିଲାମ ହେବାକୁ ଥିବା ବେଳେ ସୁନୀଲଙ୍କର ଏହି ମନ୍ତବ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଆସନ୍ତା ଜୁଲାଇ ୨୬ ତାରିଖରେ 5G ସ୍ପେକ୍ଟ୍ରମର ନିଲାମ ହେବାକୁ ଯାଉଛି । ଏଥିରେ ୪.୩ ଲକ୍ଷ କୋଟି ଟଙ୍କାର ମୋଟ ୭୨GHz ସ୍ପେକ୍ଟ୍ରମ ନିଲାମ କରାଯିବ । ଏହାପୂର୍ବରୁ ଶୁକ୍ରବାର ଏବଂ ଶନିବାର ଏ ନେଇ ମକଡ୍ରିଲ କରିବ ଟେଲିକମ କମ୍ପାନୀ । ତେବେ ଭାରତରେ କନେକ୍ଟିଭିଟି ଆଣିବାରେ ଏୟାରଟେଲ ନିଜ ଶକ୍ତିଶାଳୀ ନେଟୱାର୍କ ସହିତ ସବୁଠୁ ଆଗରେ ରହିବ ଏବଂ ଏହା ଦ୍ୱାରା ଭାରତର ଡିଜିଟାଲ-ଫାଷ୍ଟ ଅର୍ଥବ୍ୟବସ୍ଥାକୁ ମଧ୍ୟ ସମର୍ଥନ ମିଳିବ ବୋଲି ଭାରତୀ ଏୟାରଟେଲର ବାର୍ଷିକ ରିପୋର୍ଟ ୨୦୨୧-୨୨ରେ ସୁନୀଲ ମିତ୍ତଲ କହିଛନ୍ତି ।

ସେପଟେ କିଛି ଦିନ ତଳେେ ଅଦାନୀ ଗ୍ରୁପ ମଧ୍ୟ ଟେଲିକମ ସ୍ପେକ୍ଟ୍ରମ ହାସଲ କରିବା ରେସରେ ସାମିଲ ହେବା ନେଇ ସୂଚନା ଦେଇଛି । ଏହା ସହିତ ବିମାନ ବନ୍ଦରରୁ ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତଙ୍କୁ ସମର୍ଥନ କରିବା ପାଇଁ ପ୍ରାଇଭେଟ ନେଟୱାର୍କ ଭାବରେ କମା କରିବ । ବିମାନବନ୍ଦର, ବନ୍ଦର ଏବଂ ଲଜିଷ୍ଟିକ୍ସ, ବିଦ୍ୟୁତ ଉତ୍ପାଦନ, ପରିବହନ, ବିତରଣ ଏବଂ ବିଭିନ୍ନ ଉତ୍ପାଦନ କାର୍ଯ୍ୟରେ ବର୍ଦ୍ଧିତ ସାଇବର ସୁରକ୍ଷା ତଥା ଘରୋଇ ନେଟୱାର୍କ ସମାଧାନ ଯୋଗାଇବା ପାଇଁ 5G ସ୍ପେକ୍ଟ୍ରମ ନିଲାମରେ ଭାଗ ନେଉଥିବା କହିଛନ୍ତି ଏୟାରଟେଲ କମ୍ପାନୀର ଚେୟାରମ୍ୟାନ ସୁନୀଲ ମିତ୍ତଲ ।

Get real time updates directly on you device, subscribe now.