fbpx

ଭାବିବା ମାତ୍ରେ କାମ କରିବା ଆରମ୍ଭ କରିବ ଇଲେକ୍ଟ୍ରୋନିକ ଡିଭାଇସ : ନ ଛୁଇଁ ଚଲାଇ ପାରିବେ ସ୍ମାର୍ଟ ଫୋନ

ନୂଆଦିଲ୍ଲୀ : ଅନେକ ସମୟରେ ମଣିଷ ଭାବେ କୌଣସି ପ୍ରୟାସ ନକରି ସେ ଭାବୁଥିବା କାମ ଆପେ ଆପେ ହେଇଯାଉ । ଯାହାଫଳରେ ମଣିଷକୁ କଷ୍ଟ କରିବାକୁ ପଡିବ ନାହିଁ । ଏବେ ଏହି ଭାବନା ସତ ହେବାକୁ ଯାଉଛି । ଚିନ୍ତା କରିବା ମାତ୍ରେ ଆପଣଙ୍କ ଇ-ମେଲ ମନକୁ ମନ ଟାଇପ ହୋଇଯିବ ଏବଂ କୌଣସି ଇ-ମେଲର ଉତ୍ତର ମଧ୍ୟ ଭାବିବା ମାତ୍ରେ ଦିଆଯାଇ ପାରିବ । ଆପଣ କୌଣସି ଡିଭାଇସକୁ ନଛୁଇଁ କମ୍ପ୍ୟୁଟରରେ ଗେମ୍ସ ଖେଳି ପାରିବେ । ଖୁବ ଶୀଘ୍ର ଏହା ସମ୍ଭବ ହେବାକୁ ଯାଉଛି । ଦୁନିଆର ଅନେକ କମ୍ପାନୀ ଏହି ଟେକ୍ନୋଲଜି ଉପରେ ଟ୍ରାଏଲ୍ ଆରମ୍ଭ କରି ସାରିଲେଣି ।

ସୂଚନା ଅନୁସାରେ ଇ-କାର କମ୍ପାନୀ ଟେସ୍‌ଲା ଏବଂ ସ୍ପେସ-ଏକ୍ସର ମାଲିକ ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏହି ବର୍ଷ ବ୍ରେନ କମ୍ପ୍ୟୁଟର ଇଣ୍ଟରଫେସର ହ୍ୟୁମନ ଟ୍ରାଇଲ ଆରମ୍ଭ କରିଛନ୍ତି । ଏହି ନୂଆ ଟେକ୍ନୋଲଜି ଦ୍ୱାରା କେବଳ ସ୍ମାର୍ଟ ଫୋନ ଅପରେଟ କରିବା ସହଜ ହେବ ତାହା ନୁହେଁ , ଚକ ଲାଗିଥିବା ଚେୟାର ବ୍ୟବହାର କରୁଥିବା ଦିବ୍ୟାଙ୍ଗ ମାନଙ୍କର ମଧ୍ୟ ବହୁତ ସାହାଯ୍ୟରେ ଆସିବ । ସେମାନେ ଚକ ଲାଗିଥିବା ଚେୟାର କୁ କେବଳ ଭାବିବା ମାତ୍ରେ କୌଣସି ସ୍ଥାନକୁ ମଧ୍ୟ ନେଇ ଯାଇ ପାରିବେ । ଯେତେ ଗୁଡ଼ିଏ ଇଲେକ୍ଟ୍ରୋନିକ ଡିଭାଇସ ଉପଲବ୍ଧ ଅଛି, ସେମାନଙ୍କୁ କେବଳ ଭାବି ଅପରେଟିଙ୍ଗ କରାଯାଇ ପାରିବ ।

ଅନ୍ୟପକ୍ଷେ କୁହାଯାଇଛି ଯେ, ଏହା ସାହାଯ୍ୟରେ କଥା କହିବାକୁ ଅସମର୍ଥ ଥିବା ବ୍ୟକ୍ତି କଥାବାର୍ତ୍ତା କରି ପାରିବେ । ଏହା ଆପଣଙ୍କ ଭାବନାକୁ ଆକ୍ସନରେ ବଦଳାଇ ପାରିବ । ଏହି ସବୁ କାର୍ଯ୍ୟ ପାଇଁ ଆପଣଙ୍କ ମସ୍ତିଷ୍କରେ ସ୍ଟେନଟ୍ରୋଡ ନାମକ ଏକ ଚିପ ଲାଗାଯିବ । ଏହି ସ୍ଟେନଟ୍ରୋଡ ନାମକ ଚିପ ମସ୍ତିଷ୍କରୁ ମିଳିଥିବା ସଂଙ୍କେତକୁ ଷ୍ଟୋର କରି ସେଗୁଡ଼ିକୁ ଇଲେକ୍ଟ୍ରୋନିକ ଡିଭାଇଜ ପର୍ଯ୍ୟନ୍ତ ପହଞ୍ଚାଇବ । ଏହି ଚିପ୍‌କୁ ଆପଣଙ୍କ ମସ୍ତିଷ୍କରେ ଲଗାଇବା ପାଇଁ କୌଣସି ବଡ଼ ଧରଣର ଅସ୍ତ୍ର ଉପଚାର କରାଯିବ ନାହିଁ । ଏହି ଚିପକୁ ସ୍ନାୟୁ ବା ଶୀର ମାଧ୍ୟମରେ ମସ୍ତିଷ୍କକୁ ପହଞ୍ଚାଯାଇ ପାରିବ । ଏହା ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ ମିଳିବ ।

Get real time updates directly on you device, subscribe now.