fbpx

ହାତୀର ହେୟାରଷ୍ଟାଇଲ ଦେଖି ସୋସିଆଲ ମିଡିଆରେ ଆତଙ୍କ

ତାମିଲନାଡୁର ଗୋଟିଏ ହାତୀ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ହାତୀର ହେୟାରଷ୍ଟାଇଲ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ମନ୍ନାରଗୁଡି ସହରର ରାଜଗୋପାଳସ୍ୱାମୀ ମନ୍ଦିରରେ ରହୁଥିବା ସେଙ୍ଗାମାଲାମ ନାମକ ହାତୀଟି ଏବେ ସୋସିଆଲ ମିଡିଆରେ ଛାଇଯାଇଛି । ହାତୀଟି ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଲା ଏହାର ହେୟାର ଷ୍ଟାଇଲ । ଆଇଏଏସ ସୁଧା ରମଣ ହାତୀର ଫଟୋ ଶେୟାର କରିବା ପରେ ଏହା ଭାଇରାଲ ହୋଇଥିଲା । ଫଟୋଟି ସେୟାର କରି ସୁଧା ଲେଖିଛନ୍ତି ଯେ, ‘ବବ୍ କଟ୍ ସେଙ୍ଗାମାଲମ୍ ହାତୀ’ ।

ତେବେ ଏହି ହାତୀକୁ ୨୦୦୩ରେ କେରଳର ରାଜଗୋପାଳସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ଏହା ପରେ ଏହାର ମାହୁନ୍ତ ଏସ ରାଜଗୋପାଳ ହାତୀଟିର ଚମକ୍ରାର ହେୟାରଷ୍ଟାଇଲ କରିଥିଲେ, ଯାହା ଫଳରେ ସେି ଏବେ ଖୁବ ଲୋକପ୍ରିୟ ହୋଇପାରିଛି । ତେବେ ମାହୁନ୍ତ ହାତୀଟିକୁ ନିଜର ସନ୍ତାନ ପରିବାଳିବା ସହ ତାର ଖାଇବା, ପିଇବାଠାରୁ ଆରମ୍ଭ କରି ଗାଧେଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ରାଜଗୋପାଳ କହିଛନ୍ତି ଯେ, ୪୫ ହଜାର ଟଙ୍କାର ସାୱାର ହାତୀର ଗାଧେଇବା ପାଇଁ ଲଗାଯାଇଛି । ଦିନକୁ ୩ ଥର ସେଙ୍ଗମାଲାମର ଚୁଟି ସଫା କରାଯାଏ ।’

Get real time updates directly on you device, subscribe now.