fbpx

ଶଙ୍କରପୁରରେ ହାତୀ ଉପଦ୍ରବ, ଖଳାରେ ପଶି ନଷ୍ଟ କଲେ ଧାନ

ଚୌଦ୍ୱାର,୩୦ ।୧୨(ଓଡିଶା ଭାସ୍କର): ଦୀର୍ଘଦିନ ଧରି କଟକ ଚୌଦ୍ୱାର ସ୍ଥିତ ଶଙ୍କରପୁରରେ ହାତୀ ଉପଦ୍ରବ ଲାଗିରହିଛି । ଏବେ ହାତୀଙ୍କ ଟାଗେର୍ଟରେ ରହିଛି ଧାନ ଖଳା । ଚାଷୀମାନେ ଧାନ ଅମଳ କରି ଖଳାରେ ରଖିଥିବା ବେଳେ ରାତିରେ ହାତୀପଲ ଖଳାରେ ପଶି ଧାନ ଖାଉଛନ୍ତି। ସେହିପରି ଗତ ରାତିରେ ଶଙ୍କରପୁରରେ ପଶି ଧାନଖଳା ନଷ୍ଟ କରିଥିଲେ ହାତୀପଲ । ଟୁନ ବାରିକ ନାମକ ଜଣେ ଗରିବ କୃଷକ ୪ ଏକର ଜମିର ଧାନ ଅମଳ କରି ଖଳାରେ ରଖିଥିବା ବେଳେ ରାତିରେ ସବୁ ନଷ୍ଟ କରିଛନ୍ତି ହାତୀ । ଖଳାରେ ଧାନ ଖାଇବା ସହ ହାତୀମାନେ ବହୁ କଦଳୀ ଗଛ ଓ ଘର ନଷ୍ଟ କରିଥିଲେ । ରାତିରେ ପ୍ରାୟ ୧୭ଟି ହାତୀ ଆସି ନଷ୍ଟ କରିଥିବା ଜଣାପଡିଛି । ଟୁନ ବାରିକଙ୍କ ସମେତ ଗୁଣନିଧି ଜେନା, ସଞ୍ଜୁ ପ୍ରଧାନ, ଶାନ୍ତି ବାରିକ ଆଦି କୃଷକମାନଙ୍କ ଖଳା ନଷ୍ଟ କରିଛନ୍ତି ଏହି ହାତୀପଲ ।

Get real time updates directly on you device, subscribe now.