fbpx
BSKY
BJD MC SKY
BJD YOUTH SKY

ରାମଲଲାଙ୍କ ପାଇଁ ୧୧ ଦିନିଆ ବିଶେଷ ରୀତିନୀତି, ଦେଶବାସୀଙ୍କ ପାଇଁ ଅଡିଓ ମେସେଜ ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ ଥିବା ବେଳେ ଜୋରସୋରେରେ ଚାଲିଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ୧୧ ଦିନିଆ ବିଶେଷ ରୀତିନୀତିର ଶୁଭାରମ୍ଭ କରିବା ନେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଅଡିଓ ମେସେଜ୍ ଜାରି କରିଛନ୍ତି । ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେବଳ ୧୧ ଦିନ ବାକି ଅଛି । ଏହା ମୋ ସୌଭାଗ୍ୟ ଯେ ମୁଁ ଏହି ପୂଣ୍ୟ ଅବସରର ସାକ୍ଷୀ ହେବି । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ସମସ୍ତ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବା ପାଇଁ ସାଧନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ୧୧ ଦିନର ବିଶେଷ ରୀତିନୀତି ଆରମ୍ଭ କରୁଛି । ମୁଁ ସମସ୍ତ ଦେଶବାସୀଙ୍କ ଆର୍ଶୀବାଦ ଚାହୁଁଛି । ଏହି ସମୟରେ ମୋ ଭାବନାକୁ ଶବ୍ଦ ମାଧ୍ୟମରେ ବ୍ୟକ୍ତ କରିବା କଷ୍ଟକର କିନ୍ତୁ ମୋ ତରଫରୁ ପ୍ରୟାସ କରିଛି ।’

ଏହି ଅଡିଓ ମେସେଜ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରାମ ରାମ’ କହି ନିଜ ବକ୍ତବ୍ୟ ଆରମ୍ଭ କରି କହିଛନ୍ତି, ‘ଜୀବନର କିଛି କ୍ଷଣ ଇଶ୍ୱରଙ୍କ ଆଶୀର୍ବାଦରୁ ହିଁ ବାସ୍ତବତାରେ ପରିଣତ ହୋଇଥାଏ । ଆଜି ସମସ୍ତ ଦେଶବାସୀ ଏବଂ ରାମଭକ୍ତଙ୍କ ପାଇଁ ଏହିପରି ଏକ ପବିତ୍ର ଅବସର । ଚାରିଆଡ଼େ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତିର ଅଦ୍ଭୁତ ବାତାବରଣ ରହିଛି । ରାମ ନାମ ଏବଂ ରାମ ଭଜନର ଏକ ଅଦ୍ଭୁତ ମାଧୂର୍ଯ୍ୟ ରହିଛି । ସମସ୍ତଙ୍କୁ ଜାନୁଆରୀ ୨୨ର ଐତିହାହସିକ ମୁହୂର୍ତ୍ତକୁ ଅପେକ୍ଷା । ବର୍ତ୍ତମାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ୧୧ ଦିନ ବାକି ରହିଛି । ଏହା ମୋର ସୌଭାଗ୍ୟ ଯେ ମୋତେ ଏହି ପୂଣ୍ୟ ଅବସରର ସାକ୍ଷୀ ହେବା ପାଇଁ ସୁଯୋଗ ମିଳିଛି ।’

Get real time updates directly on you device, subscribe now.