fbpx

ରାଜଧାନୀର ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ପୁଣି ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳଗୁଡ଼ିକରୁ ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କଣ୍ଟେନମେଣ୍ଟ ଜୋନ ଲାଗୁ ହୋଇଥିବା ଅଞ୍ଚଳରେ ବିଏମସି ପକ୍ଷରୁ ଜରୁରୀ ସମାଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରାଯିବ । ନର୍ଥ ଜୋନର ୪ଟି ଓ ଦକ୍ଷିଣ-ପୂର୍ବ ଜୋନର ୭ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପୂର୍ବରୁ ରାଜଧାନୀରେ ୧୪ଟି ସ୍ଥାନରେ ଏହି କଟକଣା ଲାଗୁ ହୋଇଥିବା ବେଳେ ଏବେ ମୋଟ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୫ରେ ପହଞ୍ଚିଛି ।

ଉତ୍ତର ଜୋନର ନିଳାଦ୍ରୀବିହାର ବୁଦ୍ଧ ପାର୍କ, ସତ୍ୟନଗର, ଗଜପତି ନଗରର ବିଭିନ୍ନ ପ୍ଲଟରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ଦକ୍ଷିଣ-ପୂର୍ବ ଜୋନର ବମିଖାଲ, ସହିଦନଗର, ଖାରବେଳ ନଗର, ଟଙ୍କପାଣି ରୋଡ଼, ପୁରୁଣା ଭୁବନେଶ୍ୱର, ଗଙ୍ଗାଯମୁନା ରୋଡ଼ର ଅନେକ ପ୍ଲଟରେ ଏହି କଟକଣା ଲାଗୁ କରାଯାଇଛି । ଏହି ଅଞ୍ଚଳକୁ ଯିବା ଆସିବା ନେଇ କଟକଣା ଲାଗୁ କରାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନକୁ ସାନିଟାଇଜ୍ କରାଯିବା ସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.