ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ଏକ ସ୍କୁଲରେ ଧର୍ମ ପରିବର୍ତ୍ତନ କରାଯିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ଦେଖାଦେଇଛି । କୁହାଯାଉଛି ଯେ ସ୍କୁଲରେ ଗରିବ ହିନ୍ଦୁ ପିଲାଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଥିଲା । ପୋଲିସ ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସୂଚନା ଅନୂଯାୟୀ, ବେରାଗଡ଼ର କ୍ରାଇଷ୍ଟ ମେମୋରିଆଲ ସ୍କୁଲରେ ଧର୍ମ ପରିବର୍ତ୍ତନ ନେଇ ଅଭିଯୋଗ ରହିଛି । ଯେ ଏହି ସ୍କୁଲରେ ଯୁବକ-ଯୁବତୀଙ୍କୁ ଇସାଇ ଧର୍ମ ଆପଣାଇବା ପାଇଁ ପ୍ରେରିତ କରାଯାଉଥିଲା । ଏଠାରେ ଲୋକଙ୍କୁ ଏହା କୁହାଯାଉଥିଲା ଯେ “ଯୀଶୁ’ଙ୍କ ଶରଣରେ ଆସିଲେ ତୁମର ଜୀବନର କଷ୍ଟ ଦୂର ହେବ । ହିନ୍ଦୁ ଧର୍ମକୁ ଛାଡ଼ି କ୍ରିଷ୍ଟ୍ରିଆନ ଧର୍ମ ଆପଣାଇବା ଦ୍ୱାରା ଗରିବୀ ଦୂର ହେବ ।
ପୋଲିସ କହିଛି ଯେ ବୈରାଗଡ଼ର ମହେନ୍ଦ୍ର ନାମକ ଜଣେ ବ୍ୟକ୍ତି ସ୍କୁଲରେ ଚାଲୁଥିବା ଏହି ଘଟଣାକୁ ନେଇ ଅଭିଯୋଗ କରିଥିଲେ । ଥାନା ପ୍ରଭାରୀ ଡିପି ସିଂହ କହିଛନ୍ତି ଯେ ସୂଚନା ମିଳିବା ପରେ ଯେତେବେଳେ ପୋଲିସ ସେଠାରେ ପହଞ୍ଚିଥିଲା, ସେତେବେଳେ ସେଠାରେ ବହୁମାତ୍ରାରେ ହିନ୍ଦୁ ଯୁବକ-ଯୁବତୀ ଯୀଶୁଙ୍କ ପ୍ରାର୍ଥନାରେ କରୁଥିବାର ଦେଖିଥିଲେ । ପୋଲିସର କହିବା ଅନୂଯାୟୀ ଏଠାରେ ରାଜେଶ ମାଲବୀୟ ନାମକ ଜଣେ ବ୍ୟଖ୍ତି ନିଜର ୨୩ ବର୍ଷ ଝିଅ ସହ ମିଶି ଲୋକଙ୍କୁ କହୁଥିଲା ଯେ ହିନ୍ଦୁ ଧର୍ମ ଖରାପ ଏବଂ କ୍ରିଷ୍ଟ୍ରିଆନ ଧର୍ମ ଭଲ । ସେମାନେ ଏପରି ଭାବରେ ପିଲାଙ୍କ ବ୍ରେନୱାସ କରରୁଥିଲେ ଯେ ସେମାନଙ୍କୁ ମଧ୍ୟ କିଛି ଭୁଲ୍ ଲାଗୁନଥିଲା ।
ତେବେ ବର୍ତ୍ତମାନ ଉଭୟଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ସେମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଉସ୍କାଇବା ଧାରାରେ କେସ ରୁଜୁ ହୋଇଛି । ସ୍କୁଲର ସଞ୍ଚାଳକ ଫେରାର ଥିବା ନେଇ ମଧ୍ୟ କୁହାଯାଉଛି ।