fbpx
BJD
BJD SKY
BJD SKY

୨୩ ବର୍ଷ କମ୍ ବୟସର ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଏଲନ ମସ୍କ, ସାମ୍ନାକୁ ଆସିଲା ରୋମାଣ୍ଟିକ ଫୋଟୋ

BJD

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ନୂଆ ଗାର୍ଲଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିବାର କ୍ୟାମେରାରେ କଏଦ ହୋଇଛି । ସେ ଫ୍ରାନ୍ସର ସେଣ୍ଟ ଟ୍ରୋପେଜରେ ଅଷ୍ଟ୍ରେଲିଆର ଅଭିନେତ୍ରୀ ନତାଶା ବେସେଟଙ୍କ ସହ ଲଞ୍ଚ କରୁଥିବାର ନଜର ଆସିଛନ୍ତି । ଖାସ୍ କଥା ହେଉଛି ଯେ ନତାଶା ଏଲନଙ୍କ ଠାରୁ ବୟସରେ ୨୩ ବର୍ଷ ଛୋଟ । ସେ ଏବେ ପର୍ଯ୍ୟନ୍ତ ମସ୍କଙ୍କ ସବୁଠୁ କମ୍ ବୟସର ଗାର୍ଲଫ୍ରେଣ୍ଡ ।

ଡେଲି ମେଲ୍ ର ଏକ ରିପୋର୍ଟ ଅନୂଯାୟୀ, ମସ୍କ ଏବଂ ବେସେଟ ଲଞ୍ଚ ପାଇଁ ଶେବଲ ବ୍ଲାଙ୍କ ହୋଟେଲ ଯାଇଥିଲେ, ଯେଉଁଠାରେ ଗୋଟିଏ ରାତିର ରୁମ୍ ଭଡ଼ା ୧ ଲକ୍ଷରୁ ଆରମ୍ଭ ହୋଇଥାଏ । ଲଞ୍ଚ ପରେ ସେମାନେ ବିଚ୍ ରେ ଏକାଠି ବୁଲୁଥିବାର ନଜର ଆସିଥିଲେ ।

କୁହାଯାଉଛି ଯେ ଉଭୟ ଜାନୁଆରୀରୁ ପରସ୍ପରକୁ ଡେଟ କରୁଛନ୍ତି । ଏହା ପୂର୍ବରୁ ମସ୍କ ଗ୍ରିମ୍ସଙ୍କ ସହ ରିଲେସନସିପରେ ଥିଲେ । କିନ୍ତୁ ୨୦୨୧ ରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଏମ୍ବର ହର୍ଡ ଏବଂ ବ୍ରିଟିଶ ଅଭିନେତ୍ରୀ ତଲୁଲାହ ରିଲେଙ୍କ ସହ ମଧ୍ୟ ରିଲେସନରେ ରହିଥିଲେ ମସ୍କ । ବେସେଟ ୧୯ ବର୍ଷ ବୟସରେ ଅଷ୍ଟ୍ରେଲିଆରୁ ଆମେରିକା ସେଟେଲ ହୋଇଥିଲେ ।

ମସ୍କ ୭ ସନ୍ତାନଙ୍କ ବାପା ଏବଂ ତାଙ୍କର ତିନି ଥର ଛାଡ଼ପତ୍ର ହେଲାଣି । ତାଙ୍କ ପ୍ରଥମ ପତ୍ନୀ ଜଷ୍ଟିନ ୱିଲସନଙ୍କୁ ୨୦୦୦ ମସିହାରେ ବିବାହ କରିଥିଲେ ଏବଂ ୨୦୦୮ରେ ଉଭୟ ଅଲଗା ହୋଇଥିଲେ । ୱିଲସନ ମସ୍କଙ୍କ ୫ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହାପରେ ମସ୍କ ବ୍ରିଟିଶ ଅଭିନେତ୍ରୀ ତଲୁଲାହ ରିଲେଙ୍କ ସହ ୨୦୧୦ ରେ ବିବାହ କରିଥିଲେ, ଏବଂ ତାଙ୍କ ଠାରୁ ୨୦୧୨ରେ ଅଲଗା ହୋଇଥିଲେ । କିନ୍ତୁ ୨୦୧୩ ରେ ପୁଣି ରିଲେଙ୍କୁ ବିବାହ କରିଥିଲେ ଆଉ ୨୦୧୬ରେ ପୁଣି ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା ।

ଏହାପରେ ମସ୍କ ଏମ୍ବର ହର୍ଡଙ୍କ ସହ ରିଲେସନସିପରେ ରହିଥିଲେ, କିନ୍ତୁ ଏକ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ । ଏହାପରେ ୨୦୧୮ ରେ ମସ୍କ ସିଙଗର ଗ୍ରିମ୍ସଙ୍କ ଏଲନଙ୍କର ଦୁଇ ସନ୍ତାନ ଅଛନ୍ତି । କିନ୍ତୁ ୨୦୨୧ ରେ ସେପ୍ଟେମ୍ବରରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.