fbpx

୩୦୦ ବିଲିୟନ୍ ଡଲାର୍ ପାର୍ କଲା ଏଲନ୍ ମସ୍କଙ୍କ ସମ୍ପତ୍ତି, ଭାରତର ଟପ୍-୬ ଅରବପତିଙ୍କ ଠାରୁ ବି ଅଧିକ ମସ୍କଙ୍କ ଧନ-ଦୌଲତ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲାର ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତି ୩୦୦ ବିଲିୟନ୍ ଡଲାର୍ ପାର୍ କରିଛି । ଦୁନିଆରେ ଏହା ପ୍ରଥମ ଥର ଏପରି ହୋଇଛି ଯେ, କୌଣସି ବ୍ୟବସାୟୀ ଏହି ସଫଳତା ହାସଲ କରିପାରିଛି । ଏହା ପୂର୍ବରୁ କୌଣସି ବି ବ୍ୟବସାୟୀଙ୍କ ସମ୍ପତ୍ତି ୩୦୦ ବିଲିୟନ୍ ଡଲାର୍ ପାର୍ କରିପାରିନାହିଁ । କିନ୍ତୁ ଏଲନ୍ ମସ୍କ ପ୍ରଥମ ଥର ଏହି ଇତିହାସ ତିଆରି କରିପାରିଛନ୍ତି ।

ତେବେ ଏଲନ୍ ମସ୍କ ଚଳିତ ବର୍ଷ ପ୍ରଥମ ଥର ୨୦୦ ବିଲିୟନ୍ ଡଲାର୍ ସ୍ତର ପାର୍ କରି ପାରିଥିଲା । କେବଳ ୧୦ ମାସ ଭିତରେ ମସ୍କ ନିଜ ସମ୍ପତ୍ତିକୁ ଆଉ ୧୦୦ ବିଲିୟନ୍ ଡଲାର୍ ପାର୍ କରାଇପାରିଛନ୍ତି । ବ୍ଲୁମବର୍ଗ ବିଲେନିୟର୍ ଇଣ୍ଡେକ୍ସ ରାଙ୍କିଙ୍କ୍ ଅନୁସାରେ, ଏଲନ୍ ମସ୍ତଙ୍କ ସମ୍ପତ୍ତି ୩୦୨ ବିଲିୟନ୍ ଡଲାର୍ ଏବଂ ସେ ଦୁନିଆର ସବୁଠାରୁ ରଇସ୍ ଅରବପତି ହୋଇଯାଇଛନ୍ତି ।

ଏଲନ୍ ମସ୍କଙ୍କ ସମ୍ପତ୍ତି ଭାରତର ଟପ୍-୬ ଅରବପତିଙ୍କ ମୋଟ ସମ୍ପତ୍ତି ଠାରୁ ବି ଅଧିକ । ଭାରତରେ ସବୁଠାରୁ ଧନୀ ହେଉଛନ୍ତି ମୁକେଶ ଅମ୍ବାନୀ । ଅମ୍ବାନୀଙ୍କ ସମ୍ପତ୍ତି ୯୮.୪ ବିଲିୟନ୍ ଡଲାର୍ ହୋଇଥିବା ବେଳେ ଦୁନିଆର ଅରବପତି ରାଙ୍କିଙ୍କ୍ ରେ ସେ ୧୧ ନମ୍ବର ସ୍ଥାନରେ ରହିଛନ୍ତି । ମୁକେଶ ଅମ୍ବାନୀଙ୍କ ପରେ ଦ୍ୱିତୀୟରେ ରହିଛନ୍ତି ଗୌତମ ଅଦାନୀ । ତାଙ୍କ ସମ୍ପତ୍ତି ୭୪.୫ ବିଲିୟନ ଡଲାର୍ । ତୃତୀୟରେ ରହିଛନ୍ତି ଅଜୀମ ପ୍ରେମଜୀ । ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୩୮ ବିଲିୟନ୍ ଡଲାର୍ ।

ସେହିପରି ଚତୁର୍ଥ ରଇସ୍ ଅରବପତି ଶିବ ନାଦର୍ ଙ୍କ ସମ୍ପତ୍ତି ୨୮.୬ ବିଲିୟନ୍ ଡଲାର୍ । ଭାରତର ଟପ୍ ଅରବପତିଙ୍କ ଲିଷ୍ଟରେ ୫ ନମ୍ବର ସ୍ଥାନରେ ରହିଛନ୍ତି ରାଧାକିଶନ୍ ଦମାନୀ । ଦମାନୀଙ୍କ ସମ୍ପତ୍ତିର ପରିମାଣ ୨୪.୫ ବିଲିୟନ୍ ଡଲାର୍ । ଷଷ୍ଠ ଅରବପତି ସ୍ଥାନରେ ରହିଛନ୍ତି ଲକ୍ଷ୍ମୀନିୱାସ ମିତ୍ତଲ । ତାଙ୍କ ସମ୍ପତ୍ତିର ପରିମାଣ ୨୧.୮ ବିଲିୟନ୍ ଡଲାର୍ ।

Get real time updates directly on you device, subscribe now.