fbpx

ଦୁନିଆର ସବୁଠାରୁ ପାୱରଫୁଲ AI ଖୁବଶୀଘ୍ର ସାମ୍ନାକୁ ଆସିବ: ଏଲନ ମସ୍କଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଖୁବଶୀଘ୍ର ଦୁନିଆର ସବୁଠାରୁ ପାୱରଫୁଲ ଏଆଇ ସାମ୍ନାକୁ ଆସିବ । ଏଲନ ମସ୍କ ଏନେଇ ନିଜ ଏକ୍ସ ପ୍ଲାଟଫର୍ମରେ ଏକ ବଡ଼ ସୂଚନା ଶେୟାର କରିଛନ୍ତି । ମସ୍କଙ୍କ କମ୍ପାନୀ ଦୁନିଆର ସବୁଠାରୁ ପାୱରଫୁଲ ଏଆଇର ଟ୍ରେନିଂ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆମେରିକାରେ ମେମ୍ଫିସଠାରେ ଏହି ଟ୍ରେନିଂ ଆରମ୍ଭ ହୋଇଛି । ଏହି ସହରରେ ଏକ ସିଷ୍ଟମ ଲଗାଯାଇଥିବା ବେଳେ ସେଥିରେ ୧ ଲକ୍ଷ ଏନଭିଡିଆ ଏଚ୧୦୦ ଏଆଇ ଚିପ୍ସର ବ୍ୟବହାର କରାଯାଇଛି । ଏଲନ ସୋସିଆଲ ମିଡ଼ିଆରେ ଏନେଇ ସବିଶଷ ତଥ୍ୟ ଶେୟାର କରିଛନ୍ତି । ଏଥିପାଇଁ ଏକ୍ସଏଆଇ ଟିମ୍, ଏକ୍ସ ଟିମ ଓ ଏନଭିଡିଆକୁ ଧନ୍ୟବାଦ ଦେଇଛନ୍ତି । ଏହା ଦୁନିଆର ସବୁଠାରୁ ଶକ୍ତିଶାଳୀ ଏଆଇ ଟ୍ରେନିଂ କ୍ଲଷ୍ଟର ବୋଲି ମସ୍କ କହିଛନ୍ତି ।

ଅନ୍ୟ ଏକ ପୋଷ୍ଟରେ ମସ୍କ କହିଛନ୍ତି, ଦୁନିଆର ସବୁଠାରୁ ପାୱରଫୁଲ ଏଆଇର ଫାଇଦା ସମସ୍ତଙ୍କୁ ମିଳିବ । ଆସନ୍ତା ଡିସେମ୍ବର ମାସଠାରୁ ଏହା ଆରମ୍ଭ ହୋଇପାରେ । ତା’ ପୂର୍ବରୁ ‘ଗ୍ରୋକ’କୁ ମେମ୍ଫିସ ଠାରେ ଟ୍ରେନିଂ ଦିଆଯାଉଛି । ଏହାର ଫାଇଦା ସବୁ ଲୋକ ଉଠାଇ ପାରିବେ । ଦୁଇ ସପ୍ତାହ ପୂର୍ବରୁ ଏକ୍ସଏଆଇ ଓ ଓରାକଲ ମଧ୍ୟରେ ୧୦ ବିଲିୟନ ଆମେରିକୀୟ ଡଲାରର ସର୍ଭରକୁ ଏକ ଡିଲ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ଅବସରରେ ମସ୍କଙ୍କ ଏଆଇ ସହ ଜଡ଼ିତ ବଡ଼ ବୟାନ ସାମ୍ନାକୁ ଆସିଛି । ମସ୍କୁ ନିଜେ ଡାଟା ସେଣ୍ଟର ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ଓ ସେ ଏଆଇ ଚିପ୍ ମଧ୍ୟ କ୍ରୟ କରୁଥିବା ଏକ ରିପୋର୍ଟରେ କୁହାଯାଇଥିଲା । ଏକ୍ସଏଆଇ ନିଜ ପାଇଁ ୧ ଲକ୍ଷ ଏଚ୧୦୦ ସିଷ୍ଟମ ପ୍ରସ୍ତୁତ କରୁଛି । ଏହାର ସହାୟତାର ଟ୍ରେନିଂ ପ୍ରକ୍ରିୟା ଆରମ୍ଭ କରଯିବ । ଏହା ଦୁନିଆର ସବୁଠାରୁ ପାୱରଫୁଲ ଏଆଇ କ୍ଲଷ୍ଟର ହେବ ବୋଲି ମସ୍କ କହିଛନ୍ତି ।

Get real time updates directly on you device, subscribe now.