fbpx

Grok AI 1.5 ପରେ ଏବେ ଗ୍ରୋକ ୨ ଲଞ୍ଚ କରିବାକୁ ଯାଉଛନ୍ତି ଏଲନ ମସ୍କ, ତୃତୀୟ ଭର୍ଜନକୁ ନେଇ କଲେ ଘୋଷଣା

Advertisement

ନୂଆଦିଲ୍ଲୀ: ଗ୍ରୋକ ଏଆଇ ୧.୫ ଚାଟବୋଟର ରୋଲଆଉଟ ପରେ ଏଲନ ମସ୍କ ଆଜି ଆଡଭାନ୍ସ ଗ୍ରୋକ ୨ର ଲଞ୍ଚିଙ୍ଗ ପାଇଁ ଘୋଷଣା କରିଛନ୍ତି । ଏକ୍ସଏଆଇର ନୂଆ ଗ୍ରୋକ ଭର୍ଜନ ଆଡଭାନ୍ସ ଏଆଇ ଫିଚର୍ସରୁ ଲେସ ଅଛି ।

ଏଲନ ମସ୍କ ଗ୍ରୋକ ୨ର ଲଞ୍ଚିଙ୍ଗକୁ ନେଇ ଘୋଷଣା କରି କହିଛନ୍ତି ଯେ, ଗ୍ରୋକ ୨ ଅଗଷ୍ଟ ମାସରେ ଲଞ୍ଚ କରାଯିବ । ଏଥିସହ ମସ୍କ ଗ୍ରୋକ ୩ ରିଲିଜକୁ ନେଇ କହିଛନ୍ତି ଯେ, ଚଳିତ ବର୍ଷ ଶେଷରେ ଲଞ୍ଚ କରାଯିବ।

ମସ୍କଙ୍କ ମୁତାବକ ଏଆଇ ଚାଟବୋଟସର ଟ୍ରେନିଙ୍ଗ ପାଇଁ ଡାଟାସେଟର ଆବଶ୍ୟକତା ଥାଏ ଏବଂ ବିଦ୍ୟମାନ ଡାଟାରୁ ଲାର୍ଜ ଲାଙ୍ଗୁଏଜ ମଡେଲ ଉପରେ କାମ କରାଯାଇଥାଏ । ମସ୍କଙ୍କ କହିବାନୁଯାୟୀ ଇଣ୍ଟରନେଟ ଟ୍ରେନିଙ୍ଗ ଡାଟାରୁ ଏଲଏଲଏମକୁ ଶୁଦ୍ଧ କରିବାରେ ବହୁ କାମ କରିବାକୁ ପଡିଥାଏ । ଗ୍ରୋକ ୨ ଅଗଷ୍ଟରେ ଆସିବ ଯେଉଁଥିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

Get real time updates directly on you device, subscribe now.