fbpx

ଶେଷ ଦିନିକିଆରେ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍ ସୋ, ସୂର୍ଯ୍ୟକୁମାର ଯାଦବ ନିଜ ନାଁରେ କଲେ ଲଜ୍ଜାଜନକ ରେକର୍ଡ

ଚେନ୍ନାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୨୧ରନରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୦ ରନର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ମାତ୍ର ୨୪୮ ରନ୍ ସ୍କୋର କରି ପାରିଥିଲା।

ତେବେ ଏହି ମ୍ୟାଚ୍‌ରେ ଭାରତୀୟ ଦଳର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ତାଙ୍କ ନାମରେ ଏକ ଅବାଞ୍ଛିତ ତଥା ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏହି ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଯାଦବ ଲଗାତାର ତୃତୀୟ ମ୍ୟାଚରେ ଖାତା ଖୋଲି ନପାରି ପ୍ୟାଭିଲିଅନ ଫେରିଛନ୍ତି। ସେ ଏହିପରି କରିବାରେ ପଞ୍ଚମ ଭାରତୀୟ ଖେଳାଳି ହୋଇଛନ୍ତି। ଆଜିର ମ୍ୟାଚରେ ମ୍ୟାଚ୍‌ରେ ଆଷ୍ଟନ ଅଗର ସୁର୍ଯ୍ୟକୁମାର ଯାଦବଙ୍କୁ ଆଉଟ କରିଥିଲେ। ପୂର୍ବରୁ ଦୁଇ ମ୍ୟାଚରେ ମଧ୍ୟ ସେ ଖାତା ଖୋଲି ପାରି ନଥିଲେ।

ତେବେ ଆଜିର ମ୍ୟାଚରେ ଭାରତ ପାଇଁ କୋହଲି ସର୍ବାଧିକ ୫୪ ରନର ଇନିଂସ ସ୍କୋର କରିଥିବାବେଳେ ହାର୍ଦ୍ଦିକ ୪୦ ରନ ସ୍କୋର କରିଥିଲେ। କିନ୍ତୁ ଥା ଭାରତକୁ ଜିଟାଇ ପରି ନଥିଲା। ଅଷ୍ଟ୍ରେଲିଆ ପାଇଁ ସଫଳ ବୋଲର ଭାବେ ଆଡାମ ଜାମ୍ପା ୪ ଟି ୱିକେଟ୍ ନେଇଥିବାବେଳେ ଆଷ୍ଟନ୍ ଏଗର୍ ୨ ଟି ୱିକେଟ୍ ନେଇଛନ୍ତି।

ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ୨୬୯ ରନ୍ ସଂଗ୍ରହ କରି ୧୦ ୱିକେଟ୍ ହରାଇଥିଲା। ଅଷ୍ଟ୍ରେଲିଆ ପାଇଁ ଓପନର୍ ମିଚେଲ ମାର୍ଶ ସର୍ବାଧିକ ୪୭ ରନ୍ ସଂଗ୍ରହ କରିଥିଲେ। ଟିମ୍ ଇଣ୍ଡିଆରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବ ସର୍ବାଧିକ ୩-୩ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୫୦ ଓଭରରେ ୨୭୦ ରନ୍ ଆବଶ୍ୟକ ଥିଲା।

Get real time updates directly on you device, subscribe now.