fbpx
BSKY
BJD MC SKY
BJD YOUTH SKY

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ

ଭୁବନେଶ୍ୱର,୨୭ ।୪(ଓଡିଶା ଭାସ୍କର): ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଆଜି ୮୭ ବର୍ଷ ବୟସରେ ପରଲୋକ ଘଟିଛି । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମନୋଜ ଦାସଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।

ତବେ ଦୀର୍ଘଦିନ ଧରି ମନୋଜ ଅସୁସ୍ଥ ଥିଲେ । ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଥିଲା । ଅନେକ କାଳଜାୟୀ ଓଡିଆ ଉପନ୍ୟାସ, କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ମନୋଜ । ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସର ସେ ଥିଲେ ସ୍ରଷ୍ଟା । ଏହା ସହ ୨୦୦୧ରେ ପଦ୍ମଶ୍ରୀ, ୨୦୨୦ରେ ପଦ୍ମଭୂଷଣରେ ସେ ସମ୍ମାନିତ ହୋଇଥିଲେ । କେନ୍ଦ୍ର ଏକାଡେମୀ ଓ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ ମନୋଜ ।

Get real time updates directly on you device, subscribe now.