fbpx

EMIରେ ମିଳୁଛି ଗୋବର ଘସି ଠାରୁ ଆରମ୍ଭ କରି ବେଲ ଓ ଆମ୍ବପତ୍ର, ଦାମ୍ ଜାଣିଲେ ହୋଇଯିବେ ତାଜୁବ୍

ନୂଆଦିଲ୍ଲୀ: ଇଏମଆଇରେ ଘର, କାର୍, ବାଇକ୍, ଟିଭି, ଫ୍ରିଜ୍, ମୋବଇଲ୍ ଫୋନ୍ ଆଦି ଖୁବ୍ ସହଜରେ ମିଳିଯାଉଛି । ହେଲେ କଣ ଆପଣ ମାନେ ଜାଣିଛନ୍ତି ପୂଜାପାଠ ପାଇଁ ବ୍ୟବହାର କରାଯାଉଥିବା ଗାଈ ଗୋବର, ବେଲପତ୍ର, ଆମ୍ବ ପତ୍ର ଆଦି କିଣିବା ପାଇଁ ବି ଇଏମଆଇ ସୁବିଧା ରହିଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ କଥା । ଘର ବଗିଚାରେ ଖୁବ୍ ସଜୟରେ ମିଳିପାରୁଥିବା ଏହିସବୁ ଜିନିଷ ବି ଅନଲାଇନ୍ ରେ ଉପଲବ୍ଧ ହେଉଛି । ଆଉ ଏଥିପାଇଁ ଇଏମଆଇ ସୁବିଧା ବି ରହିଛି । ଅନଲାଇନ୍ ସପିଂ ସାଇଟ୍ ଆମାଜନ୍ ରେ ଗୋବର, ବେଲ ଓ ଆମ୍ବ ପତ୍ର, ଘସି ଆଦି ମିଳେ ।

ଆମାଜନ୍ ସପିଂ ସାଇଟ୍ ରେ ଗାଈର ଗୋବର ଏବଂ ଏଥିରେ ପ୍ରସ୍ତୁତି ହେଉଥିବା ଘସି ଉପଲବ୍ଧ ରହିଛି । ଘସିର ଦାମ୍ ୨୧୦୦ ଟଙ୍କା ହୋଇଥିବା ବେଳେ ଏଥିରେ ୫୦୦ ପିସ୍ ଦିଆଯାଉଛି । ପ୍ୟାକେଟ୍ ହିସାବରେ ଏହାକୁ ବିକ୍ରି କରୁଛି ଆମାଜନ୍ । ଏହାକୁ ଆଣିବା ପାଇଁ ଆପଣ ମାନେ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବେ । ଏଥିସହିତ ନୋକଷ୍ଟ ଇଏମଆଇରେ ବି ଆଣିପାରିବେ । ଏହାକୁ ବିକ୍ରି କରୁଥିବା ଅନେକ ସେଲର୍ ରହିଛନ୍ତି । ଏହା ମଧ୍ୟରେ ଜଣେ ରହିଛନ୍ତି “ଦ ହିମାଲୟାନ୍ କଲେକ୍ସନ୍ସ” । ଏଠାରେ ୧୨ ପିସ୍ ଗୋବର୍ ୧୯୯ ଟଙ୍କାରେ ଦିଆଯାଉଛି ।

ପୂଜାରେ ବ୍ୟବହୃତ ଆମ୍ବ ପତ୍ର ବର୍ତ୍ତମାନ ଅନଲାଇନରେ ବିକ୍ରି ହେଉଛି । ୧୯୯ ଟଙ୍କା ଏମଆରପି ଥିବା ପତ୍ର ଆପଣଙ୍କୁ ୬୦ ପ୍ରତିଶତ ରିହାତି ୭୯ ଟଙ୍କାରେ ଦିଆଯାଉଛି । ଯଦି ଆପଣ ପ୍ରାଇମ ମେମ୍ବର ନୁହଁନ୍ତି ତାହେଲେ ଆପଣ ଅର୍ଡର୍ ବୁକ୍ କରିବା ଦିନ ହିଁ ଜିନିଷ ଚାହୁଁଛନ୍ତି ତେବେ ଆପଣଙ୍କୁ ୧୫୦ ଟଙ୍କା ଏକ୍ସଟ୍ରା ଦେବାକୁ ପଡ଼ିବ । ପ୍ରାଇମ୍ ସଦସ୍ୟମାନଙ୍କ ପାଇଁ ବିତରଣ ଚାର୍ଜ ମାଗଣା । ସବୁଠାରୁ ବଡ କଥା ହେଉଛି ଏହି ପତ୍ର କ୍ରୟ ଉପରେ ବ୍ୟାଙ୍କଗୁଡ଼ିକ ମଧ୍ୟ ଆପଣଙ୍କୁ ଅଫର ଦେଉଛନ୍ତି ।

ଗାଈ ଗୋବର, ଆମ୍ବ ପତ୍ର ଇଏମଆଇରେ ବିକ୍ରି ହେଉଛି । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ବ୍ୟବହୃତ ହେଉଥିବା ବେଲ ପତ୍ର ଅନଲାଇନ୍ ରେ ଉପଲବ୍ଧ ହେଉଛି । ୪୪୪ ଟଙ୍କା ଏମଆରପି ସହିତ ବେଲ ପତ୍ର ବର୍ତ୍ତମାନ ଶ୍ରାବଣ ମାସ ଅବସରରେ ୩୩ ପ୍ରତିଶତ ରିହାତି ସହିତ ୨୯୯ ଟଙ୍କାରେ ଉପଲବ୍ଧ । ଯଦି ଆପଣ ବହୁ ପରିମାଣରେ କିଣିବାକୁ ଚାହୁଁଛନ୍ତି ଏବଂ କୋଟାକ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ଦେୟ ଦେବାକୁ ଚାହୁଁଛନ୍ତି ତେବେ ଆପଣ ୧୦% ରିହାତି ଏବଂ ଇଏମଆଇ ସୁବିଧା ମଧ୍ୟ ପାଇପାରିବେ ।

Get real time updates directly on you device, subscribe now.