fbpx

ଏମ୍ମା ରାଡୁକାନୁଙ୍କୁ US OPEN ଟାଇଟଲ: ୪୪ ବର୍ଷରେ ରଚିଲେ ଇତିହାସ

ନୂଆଦିଲ୍ଲୀ: ବ୍ରିଟିଶ ଟିନଏଜର ଖେଳାଳି ଏମ୍ମା ରାଡୁକାନୁ us open ଜିତି ଇତିହାସ ରଚିଛନ୍ତି। ରବିବାର ଅନୁଷ୍ଠିତ ମୁକାବିଲାରେ ଏମା କାନାଡାର ଲେଲା ଫର୍ଣାଣ୍ଡେଜଙ୍କୁ ପରାସ୍ତ କରିଛନ୍ତି।
୧୮ ବର୍ଷୀୟା ଏମା ୬-୪ ଓ ୬-୩ ସେଟରେ ୧୯ ବର୍ଷୀୟା ଲେଇଲାଙ୍କୁ ପରାସ୍ତ କରିଛନ୍ତି। ୧୪୪ ନମ୍ବର ସ୍ଥାନରେ ଥିବା ଏମା ୭୩ ନମ୍ବର ସ୍ଥାନରେ ଥିବା ପ୍ରତିପକ୍ଷ ଖେଳାଳିଙ୍କୁ ସିଧାସଳଖ ସେଟ ରେ ପରାସ୍ତ କରିଥିଲେ। ଏହା ସହିତ ୫ମ ବ୍ରିଟିଶ ମହିଳା ଭାବରେ ଏମା ୪୪ ବର୍ଷ ପରେ ଏହି ଉପଲବ୍ଧି ହାସଲ କରିଛନ୍ତି। ୨.୫ ମିଲିୟନ ଆମରିକୀୟ ଡଲାର ପୁରସ୍କାର ହାସଲ କରିଥିବା ଏମା ପ୍ରଥମ ଖେଳାଳି ଭାବରେ ଯୋଗ୍ୟତା ପର୍ଯ୍ୟାୟରୁ ଆସି ମ୍ୟାଚ୍ ବିଜୟୀ ହୋଇଛନ୍ତି।

Get real time updates directly on you device, subscribe now.