fbpx

ଇସ୍ତଫା ପତ୍ରରେ ଏପରି କିଛି ଲେଖି ଚାକିରି ଛାଡ଼ିଲେ କର୍ମଚାରୀ, ଭାଇରାଲ ହେଉଛି ପୋଷ୍ଟ

ଓଡ଼ିଶା ଭାସ୍କର: ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ଏବଂ ପରିବାର ପ୍ରତିପୋଷଣ ପାଇଁ ଅର୍ଥ ରୋଜଗାର କରିବା ଜରୁରୀ ଅଟେ । ତେଣୁ ଚାକିରି କରିବା ଏକ ପ୍ରକାର ଆବଶ୍ୟକ ହୋଇଯାଇଛି । ସରକାରୀ ଚାକିରି ହେଉ କିମ୍ବା ବେସରକାରୀ, କାର୍ଯ୍ୟ ପ୍ରତି ସମର୍ପଣ ଭାବନା ହିଁ ବ୍ୟକ୍ତିର career growthରେ ସହାୟକ ହୋଇଥାଏ । ଆଜିକାଲି ପ୍ରତି କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗି ରହିଛି । ଏଥିମଧ୍ୟରେ ନିଜ ପରିଚୟ ସୃଷ୍ଟି କରିପାରିବା ଏକ ଆହ୍ୱାନ ପାଲଟିଯାଇଛି । ବେଳେ ବେଳେ ଅଫିସରେ ମାହୋଲ ଏତେ toxic ହୋଇଯାଇଥାଏ ଯେ କର୍ମଚାରୀ ଜଣଙ୍କ ଅଫିସ ଛାଡ଼ିବା ପାଇଁ ବାଧ୍ୟ ହୋଇଥାଏ । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ମାଲିକ ତାଙ୍କ କର୍ମଚାରୀଙ୍କୁ ଅପଶବ୍ଦ କହି ଦୁର୍ବ୍ୟବହାର କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଉକ୍ତ କର୍ମଚାରୀ ଜଣଙ୍କ ଚାକିରି ଛାଡ଼ିବା ପୂର୍ବରୁ ଏପରି କିଛି କରିଥିଲେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ ଜଣେ ରେଡିଟ୍ ୟୁଜର CrazzieIris ଚାକିରି ଛାଡ଼ିବା ପୂର୍ବରୁ ନିଜ ଇସ୍ତଫା ପତ୍ରର ଏକ ସ୍କ୍ରିନ୍‌ସଟ୍ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି, ମୁଁ quit କରୁଛି । ଏହା ସହ ତାଙ୍କ ମାଲିକ କହିଥିବା ଅପଶବ୍ଦକୁ ଉଲ୍ଲେଖ କରିଛନ୍ତି । ରେଡିଟ୍ ୟୁଜର CrazzieIrisଙ୍କ କହିବାନୁଯାୟୀ toxic ମାଲିକ ତାଙ୍କୁ କଥା କଥାରେ ଅପଶବ୍ଦ କହି ଅପମାନିତ କରିଥାନ୍ତି । ଏହା ସେ ସହ୍ୟ ନ କରିପାରି ଚାକିରି ଚାଡ଼ିବା ପାଇଁ ନିଷ୍ପତ୍ତି ନେଲେ । ଏହି ପୋଷ୍ଟ ଭାଇରାଲ ହେଲା ପରେ ଅନେକ ୟୁଜର କମେଣ୍ଟ କରିଛନ୍ତି ।

So, I Quit My Job
byu/CrazieIrish inantiwork

Get real time updates directly on you device, subscribe now.