fbpx

ପାକିସ୍ତାନରେ ଦରବୃଦ୍ଧିକୁ ନେଇ ଚିନ୍ତାରେ କର୍ମଚାରୀ; ଗଧ ଓ ଘୋଡ଼ାରେ ଯାଉଛନ୍ତି ଅଫିସ

ପାକିସ୍ତାନରେ ଦିନକୁ ଦିନ ଦରଦାମ ବୃଦ୍ଧି ହେବାରେ ଲାଗିଛି । ଏନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ପାକିସ୍ଥାନରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ପାକିସ୍ତାନର ଏକ ଏୟାରପୋର୍ଟ କର୍ମଚାରୀ ଦର ଦାମରୁ ନିସ୍ତାର ପାଇବା ପାଇଁ ବାଛିଛନ୍ତି ନୂଆ ଉପାୟ । ବଢୁଥିବା ତେଲ ଦରକୁ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ ଏହି କର୍ମଚାରୀଙ୍କ ଅଦ୍ଭୁତ ଚିନ୍ତାଧାରା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ।

ଏୟାରପୋର୍ଟ କର୍ମଚାରୀ ତେଲ ଦର ବୃଦ୍ଧି ଯୋଗୁଁ ଗାଡ଼ିରେ ଯିବା ଆସିବା ସମ୍ଭବ ନୁହେଁ ବୋଲି କହିଥିବା ବେଳେ ନିଜ ଅଫିସ ଯିବା ଆସିବା ପାଇଁ ଗଧଗାଡ଼ିର ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି । ପାକିସ୍ଥାନୀ ବ୍ୟକ୍ତି ଜଣକ ଏକ ଚିଠି ମାଧ୍ୟମରେ ଗଧ ଏବଂ ଘୋଡ଼ା ଗାଡ଼ିରେ କାର୍ଯ୍ୟାଳୟକୁ ଆସିବା ପାଇଁ ଅନୁମତି ମାଗିଛନ୍ତି । ଏହା ସହ ସେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ଅସମର୍ଥ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏଭଳି ଘଟଣା ଭାରତରେ ପୂର୍ବରୁ ଦେଖା ଯାଇଛି । ପୂର୍ବରୁ ଭାରତୀୟମାନେ ମଧ୍ୟ ଅଫିସ ଯିବା ଆସିବା ପାଇଁ ଗଧ ଏବଂ ଘୋଡ଼ା ଗାଡ଼ି ବ୍ୟବହାର କରୁଥିଲେ ।୨୦୧୮ରେ ବେଙ୍ଗାଲୁରୁରେ ଏହି ଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା । ରୁପେଶ ବର୍ମା ନାମକ ଜଣେ କର୍ମଚାରୀ ଘୋଡ଼ାରେ ବସି ଅଫିସ ଯାଉଥିଲେ । ସେହିପରି ୨୦୨୦ରେ ମଧ୍ୟପ୍ରଦେଶର ଆଗର ମାଲୱା ଜିଲାର କିଛି ବ୍ୟବସାୟୀ ବଳଦ ଗାଡ଼ି ବ୍ୟବହାର କରିଥିଲେ କାରଣ ସେ ସହରର ଖରାପ ସଡ଼କ ବିଷୟରେ ପ୍ରଶାସନକୁ ଅବଗତ କରାଇବାକୁ ଚାହୁଁଥିଲେ । ଲୋକମାନଙ୍କର ଏପରି କାର୍ଯ୍ୟକଳାପ ସମସ୍ତଙ୍କ ମନରେ ଦରଦାମକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.