fbpx
BSKY
BJD MC SKY
BJD YOUTH SKY

କୁଲଗାମ ଏବଂ ପୁଲୱାମାରେ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲଗାଭ ଏବଂ ପୁଲୱାମା ଜିଲ୍ଳାରେ ଶନିବାର ସୁରକ୍ଷାକର୍ମୀଙ୍କ ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ । ଏମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ପୋଲିସର ସୂଚନା ଅନୂଯାୟୀ କୁଲଗାମର ଖାନ୍ଦିପରା ଅଞ୍ଚଳରେ ୧ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଅଭିଯାନ ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ଏହାକୁ ଦେଖି ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ପ୍ରତି ଜବାବରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ ମୁଜାହିଦ୍ଦୀନ ସହ ଜଡ଼ିତ ଥିବା ଏହି ଆତଙ୍କବାଦୀ ମୃତ୍ୟୁ ହୋଇଛି । ସେହିଭଳି ପୁଲୱାମାରେ ଦ୍ରବଗାମରେ ଅୋନକ ସମୟ ଧରି ଚାଲିଥିବା ସଂଘର୍ଷରେ ୩ ଆତଙ୍କୀ ନିପାତ ହୋଇଛନ୍ତି ।

ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି ଯେ ପୁଲୱାମାରେ ଏନକାଉଣ୍ଟରରେ ମୃତ୍ୟୁ ହୋଇôତବା ତିନି ଆତଙ୍କବାଦୀ ଲଶ୍କର-ଏ-ତୋଏବା ସହ ସଂପୃକ୍ତ ଥିଲେ । ଏମାନଙ୍କ ମଧ୍ୟରୁ ଜଣକର ଚିହ୍ନଟ ହୋଇଛି ଜୁନୈଦ ଶୀରଗୋଜରୀ ଭାବରେ, ଯିଏକି ୧୩ ମେରେ ଶହୀଦ ପୋଲିସ କନଷ୍ଟେବଲ ରିୟାର ଅହମ୍ମଦଙ୍କ ହତ୍ୟାରେ ସାମିଲ ଥିଲା । ଅନ୍ୟ ଦୁଇଜଣ ଆତଙ୍କବାଦୀ ପୁଲୱାମାର ଫାଜିଲ ନଜୀର ଭଟ ଏଂ ଇରଫାନ ଆହ ମଲିକ । ସେମାନଙ୍କ ପାଖରୁ ଏକେ୪୭ ସହ ବିପୁଳ ବିସ୍ଫୋରକ, ହତିଆର ଏବଂ ଅନ୍ୟ ଆପତ୍ତିଜନକ ସମାଗ୍ରୀ ଜବତ ହୋଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହାପୂର୍ବରୁ କୁଲଗାମରେ ଶୁକ୍ରବାର ବିଳମ୍ବିତ ରାତିରେ ଖାଣ୍ଡୀପୋରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ ମୁଜାହିଦ୍ଦୀନର ଜଣେ ଆତଙ୍କବାଦୀ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.