ଇଞ୍ଜିନିୟରିଂ କିମ୍ବା ଏଲଏଲବି କରିଥିଲେ ତୁରନ୍ତ କରନ୍ତୁ ଆବେଦନ : PGCIL ରେ ଖାଲିରହିଛି ୧୦୪୫ ପଦବୀ

ନୂଆଦିଲ୍ଲୀ : ଇଞ୍ଜିନିୟରିଂ, ଗଣ ଯୋଗାଯୋଗ କିମ୍ବା ଏଲଏଲବି ପଡିଥିଲେ ଆପଣଙ୍କ ପାଇଁ ଖୁସି ଖବର । ପାୱାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟସରେ ଖାଲି ପଡିଛି ୧୦୪୫ ଆପରେଣ୍ଟିସ ପଦବୀ । ଇଚ୍ଛୁକ ପ୍ରାର୍ଥୀ PGCIL ର ଅଫିସିଆଲ ୱେବସାଇଟ Powergrid.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ଜୁଲାଇ ୩୦ ହେଉଛି ଆବେଦନର ଶେଷ ତାରିଖ ।

ପଦବୀ ବିବରଣୀ : ୧୦୪୫

ଶିକ୍ଷାଗତ ଯୋଗ୍ୟତା : ନୋଟିଫିକେସନ ଅନୁଯାୟୀ, ଭିନ୍ନ ଭିନ୍ନ ପଦବୀନ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଡିପ୍ଲୋମା ସିଭିଲ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ କରିଥିବା ଆବଶ୍ୟକ । ପିଆର ଆସିଷ୍ଟାଣ୍ଟ ପଦ ପାଇଁ ମାସ୍ କମ୍ୟୁନିକେସନରେ ଗ୍ରାଜୁଏସନ କରିଥିବା ଜରୁରୀ ।ଏହା ବ୍ୟତୀତ ଏଲଏଲବି କରିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ ।

ବୟସ ସୀମା : ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ ।

ଆବେଦନର ଶେଷ ତାରିଖ : ଜୁଲାଇ ୩୧ା

କେମିତି କରିବେ ଆବେଦନ :ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍ Powergrid.in କୁ ଯାଇ ଆବେଦନ କରନ୍ତୁ ।
ପ୍ରଥମେ ୱେବସାଇଟ୍ର ହୋମ ପେଜରେ ଲାଟେଷ୍ଟ ନ୍ୟୁଜ ଲିଙ୍କରେ କ୍ଲିକ୍ କରନ୍ତୁ।
ତା’ପରେ PGCIL Apprentices 2023 Apply Online for 1045 post ଲିଙ୍କରେ କ୍ଲିକ କରନ୍ତୁ ।
ସବିଶେଷ ବିବରଣୀ ଦେବା ଆଗରୁ ରେଜିଷ୍ଟ୍ରେସନ କରିଦିଅନ୍ତୁ ।
ରେଜିଷ୍ଟ୍ରେସନ କରିବା ପରେ ଆପ୍ଲିକେସନ ଫର୍ମ ଭରିଦିଅନ୍ତୁ ।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ କରନ୍ତୁ :

https://careers.powergrid.in/CCApprenticeShip/w/home.aspx