fbpx
BJD
BJD SKY
BJD SKY

ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ହୋଇପାରେ କଷ୍ଟକର, ଏହି କାରଣରୁ ସିରିଜ ଆଗକୁ ବଢାଇବାକୁ ଚାହୁଁନାହିଁ ଇଂଲଣ୍ଡ ବୋର୍ଡ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ଲହର କାରଣରୁ ଆଇପିଏଲର ୧୪ ତମ ସଂସ୍କରଣକୁ ଅଧାରୁ ବନ୍ଦ କରାଯାଇଛି । ଟୁର୍ଣ୍ଣାମେଣ୍ଟର ସମୟରେ କିଛି ଖେଳାଳି କରୋନା ପଜିଟିଭ୍ ଥିବା ଦେଖିବାକୁ ମିଳିଥିଲା, ଯାହା ପରେ ବିସିସିଆଇ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲା । ତେବେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆଇପିଏଲ୍ ୨୦୨୧ ଶେଷ କରିବାକୁ ଚେଷ୍ଟା କରୁଛି । ନିକଟରେ ଖବର ଆସିଥିଲା ଯେ ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡକୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜକୁ ଏକ ସପ୍ତାହ ଆଗକୁ ବଢାଇବାକୁ ନିବେଦନ କରିଛି। ତେବେ ବିସିସିଆଇର ଏହି ନିବେଦନକୁ ଇଂଲଣ୍ଡ ଗହଣ କରିନଥିବା କୁହାଯାଉଛି ।
ବାସ୍ତବରେ ୨୧ ଜୁଲାଇରୁ ଇଂଲଣ୍ଡରେ ୧୦୦ ବଲ୍ ଟୁର୍ଣ୍ଣାମେଣ୍ଟ ‘ଦି ହଣ୍ଡ୍ରେଡ’ ଖେଳାଯିବ । ଏଭଳି ପରିସ୍ଥିତିରେ ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ମ୍ୟାଚ୍ ପାଇଁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆଗକୁ ବଢାଇବାକୁ ଇଂଲଣ୍ଡ ବୋର୍ଡ ଭାରତୀୟ କ୍ରିକେଟ୍ ବୋର୍ଡର ଅନୁରୋଧ ଗ୍ରହଣ କରିବାକୁ ଚାହୁଁନାହିଁ। ଇସିବି ଚାହୁଁଛି ଯେ ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ଇଂଲଣ୍ଡ ଖେଳାଳି ଉପଲବ୍ଧ ହୁଅନ୍ତୁ। କାରଣ ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ର ତାରକା ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରୁନାହାଁନ୍ତି ।
ଚର୍ଚ୍ଚା ହେଉଥିଲା ବିସିସିଆଇ ସିବିକୁ ସେପ୍ଟେମ୍ବର ୧୪ ପୂର୍ବରୁ ଟେଷ୍ଟ ସିରିଜ୍ ଶେଷ କରୁ, ଯାହ ଦ୍ୱାରା ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ୩୧ ଟି ମ୍ୟାଚ୍ ଅନୁଷ୍ଠିତ ହୋଇପାରିବ। ତେବେ ଟେଷ୍ଟ ସିରିଜକୁ ଆଗକୁ ବଢାଇବାକୁ ବିସିସିଆଇ ତରଫରୁ କୌଣସି ଅନୁରୋଧ କାଯାଇନଥିବା ଇସିବି ସ୍ପଷ୍ଟ କରିଛି ।
ରିପୋର୍ଟ ଅନୁଯାୟୀ, କରୋନା କାରଣରୁ ସ୍ଥଗିତ ଥିବା ଆଇପିଏଲ୍ ୨୦୨୧ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ କରାଯାଇପାରେ। ସେପଟେ ଇସିବି ଭାରତୀୟ ବୋର୍ଡ ସହିତ ସମ୍ପର୍କକୁ ଖରାପ କରିବାକୁ ଚାହୁଁନାହିଁ। କିନ୍ତୁ ଇଂଲଣ୍ଡ ବୋର୍ଡ ଚାହୁଁଛି ଯେ ଜୋସେ ବଟଲର, ଜନି ବେୟାରଷ୍ଟୋ ଏବଂ ସାମ କରନଙ୍କ ଭଳି ଖେଳାଳି ‘ଦି ହଣ୍ଡ୍ରେଡ’ ରେ ଖେଳିବାକୁ ।
ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱାନ କହିଛନ୍ତି, “ବିସିସିଆଇର ଅନୁରୋଧ ଇସିବି ଅସୁବିଧାରେ ପକାଇପାରେ । ସେ ବିସିସିଆଇ ସହ ସଂପର୍କ ଖରାପ କରିବାକୁ ଚାହୁଁନାହାଁନ୍ତି ଏବଂ ଆଇପିଏଲ ହେବାକୁ ସେ ଯଥାସମ୍ଭବ ପ୍ରୟାସ କରିବେ ।’
ଏଥି ସହିତ ଆଥର୍ଟନ୍ କହିଛନ୍ତି, “କୌଣସି ନିଷ୍ପତ୍ତି ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ ପ୍ରଭାବ ପକାଇପାରେ। ଇଂଲଣ୍ଡ ଖେଳାଳିମାନେ ‘ଦି ହଣ୍ଡ୍ରେଡ’ରେ ଖେଳିବା ନେଇ ଆଶା କରାଯାଉଛି। ଆଉ ଏକ ସମସ୍ୟା ହେଉଛି ପଞ୍ଚମ ଟେଷ୍ଟର ପ୍ରଥମ ତିନି ଦିନର ଟିକେଟ୍ ବିକ୍ରି ହୋଇସାରିଛି। ଏଭଳି ସ୍ଥିତିରେ ଯଦି ସିରିଜକୁ ଆଗକୁ ବଢାଯାଏ ତେବେ ସମସ୍ୟା ସୃଷ୍ଟି ହୋଇପାରେ ।’
ଏହି ସମୟରେ ଅନ୍ତର୍ଜାତୀୟ ପ୍ରତିବଦ୍ଧତା ହେତୁ ବିଦେଶୀ ଖେଳାଳୀମାନେ ‘ଦି ହଣ୍ଡ୍ରେଡ’ରେ ସାମିଲ ହେଉନଥିବାରୁ ଇଂଲଣ୍ଡ ଖେଳାଳିଙ୍କୁ ‘ଦି ହଣ୍ଡ୍ରେଡ’ରେ ଇଂଲଣ୍ଡ ଖେଳାଳୀଙ୍କୁ ଖେଳିବାକୁ ପଡିବ ତେଣୁ ଏହି କାରଣରୁ ଟେଷ୍ଟ ସିରିଜକୁ ଆଗକୁ ବଢାଯିବାର ଅନୁରୋଧ ଗ୍ରହଣ କରାଯାଇନପାରେ ।

Get real time updates directly on you device, subscribe now.