fbpx

(video): ୧୦୦ କୋଟିର ମାନହାନୀ କେସ, ଗିରଫ ହୋଇ ପାରନ୍ତି ‘ବଡା ପାଓ ଗର୍ଲ’! ଖାଦ୍ୟରେ ଜୀବନ ନେଉଥିବା ଅପମିଶ୍ରଣ କରୁଥିବା ଆରୋପ…

 

ଓଡିଶା ଭାସ୍କର: ଦିଲ୍ଲୀର ପ୍ରସିଦ୍ଧ ‘ବଡା ପାଓ ଗର୍ଲ’ ଊର୍ଫ ଚନ୍ଦ୍ରିକା ଦୀକ୍ଷିତ ଏକ ଆଇନଗତ ସମସ୍ୟାରେ ଫସିଛନ୍ତି । ତାଙ୍କ ବିରୋଧରେ ପ୍ରାୟ ୧୦୦ କୋଟିର ମାନହାନୀ କେସ ଦିଆଯାଇଛି । ଏହିକଥା ଫୈଜନ ଅନସାରୀ ନାମକ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏଞ୍ଜର ଲଗାଇଛନ୍ତି, ଯିଏ ବିଗ ବସ ଫେମ ଚନ୍ଦ୍ରିକା ଦୀକ୍ଷିତଙ୍କ ଉପରେ ପୂର୍ବରୁ ମଧ୍ୟ ଅନେକ ଗମ୍ଭୀର ଆରୋପ ଲଗାଇ ସାରିଛନ୍ତି ।

ଚନ୍ଦ୍ରିକା ଦୀକ୍ଷିତ ଦିଲ୍ଲୀରେ ବଡା ପାଓ ବିକ୍ରି କରିବାକୁ ନେଇ ବେଶ୍ ଜଣାଶୁଣା ଚେହେରା । ସେ ଦୁଇଟି ସ୍ଥାନରେ ନିଜର ଷ୍ଟଲ ଲଗାଇଛନ୍ତି ଓ ପ୍ରାୟତଃ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ମାତ୍ର ଏଥର ତାଙ୍କର ଦୁର୍ଦ୍ଦିନ ବଢିବାର ଆଶଙ୍କା କରାଯାଉଛି । କାରଣ ତାଙ୍କ ବିରୋଧରେ ପୁଲିସ କେସ ଦର୍ଜ କରାଯାଇଛି । ରିପୋର୍ଟ ଅନୁସାରେ, ଫୈଜାନ ଅନସାରୀ ‘ବଡା ପାଓ ଗର୍ଲ’ ଊର୍ଫ ଚନ୍ଦ୍ରିକା ଦୀକ୍ଷିତଙ୍କ ବିରୋଧରେ ଆରୋପ ଲଗାଇ ମାନହାନୀ କେସ ଲଗାଇଛନ୍ତି । ଫୈଜାନଙ୍କ କହିବାନୁସାରେ, ଚନ୍ଦ୍ରିକା ଖାଦ୍ୟରେ ଅପମିଶ୍ରଣ କରି ବିକ୍ରି କରନ୍ତି । ଯାହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ହାନିକାରକ । ଫୈଜାନ ଇନ୍ଦୋର ପୁଲିସକୁ ନିଜର ଲିଖିତ ଅଭିଯୋଗ ଦାୟର କରିଛନ୍ତି ।

Get real time updates directly on you device, subscribe now.